କୋଭିଡରେ ମୃତ୍ୟୁ ବରଣ କରିଥିବା ହୋମଗାର୍ଡଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଦେଲେ ୫୦ ଲକ୍ଷ ଟଙ୍କା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କରୋନା ସମୟରେ ସଙ୍ଗରୋଧ କେନ୍ଦ୍ର ରେ ଡ୍ୟୁଟି କରି ମୃତ୍ୟୁ ବରଣ କରିଥିବା ହୋମଗାର୍ଡ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।  ଯାହା ଫଳରେ ସମ୍ପୃକ୍ତ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲାପାଳ ଏବଂ ପୋଲିସ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।

ଦିଗପହଣ୍ଡି ଥାନାରେ ଗୋକର୍ଣ୍ଣପୁର ଗାଁର ଆର.ନରସିଂହ ଦାଶ ହୋମ ଗାର୍ଡ ରୂପେ କାମ କରିଥିଲେ, କରୋନା ସମୟରେ ସିଧେଶ୍ୱର ସଙ୍ଗ ରୋଧ କେନ୍ଦ୍ରରେ ଡ୍ୟୁଟି ପଡିଥିଲା।  ଠିକରେ କାମ କରୁଥିବା ବେଳେ ୨୦୨୦ ଜୁଲାଇ ମାସ ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ୨୨  ତାରିଖରେ ମୃତ୍ୟୁ ହୋଇଯାଇଥିଲା। ସେହି ସମୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।ଏହାପରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଟଙ୍କା ମଞ୍ଜୁର ହେବା ପରେ ନରସିଂହଙ୍କ ପତ୍ନୀଙ୍କୁ ବୁଧବାର ବ୍ରହ୍ମପୁର ଏସ ପି ଶ୍ରବଣ ବିବେକ ଏମ ଚେକ ପ୍ରଦାନ କରିଛନ୍ତି, ଏହି ସମୟରେ ତାଙ୍କ ପୁତ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.