ବାରବାଟୀ ମ୍ୟାଚ୍‌ ପାଇଁ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): କ୍ରିକେଟ ମ୍ୟାଚ୍‌ ପାଇଁ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ । ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-ଟେ୍ଵଣ୍ଟି ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସଠାରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଟିକେଟ ପ୍ରଦାନ କରିଛନ୍ତି ।

cm 2

ଏହାସହ ଓସିଏ ସଂପାଦକ ମ୍ୟାଚର ପ୍ରସ୍ତୁତି ଓ ସୁରୁଖୁରୁରେ ଟିକେଟ ବିକ୍ରି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହି ଅବସରରେ ଏଚଡିଏଫସି ବ୍ୟାଙ୍କ ଜୋନାଲ ହେଡ ଦୀପକ ସିଂ ଓ ଉପସଭାପତି ଅନିମେଶ ବିଶ୍ୱାଳ ଉପସ୍ଥିତ ଥିଲେ । ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟେ୍ଵଣ୍ଟି ।

Leave A Reply

Your email address will not be published.