ବ୍ରେନ୍ ଟ୍ୟୁମରରେ ପିଡୀତ ୭ ବର୍ଷର ଆଶୁତୋଷକୁ ଶାହା ହେଲା ସିଏମଓ ଅଫିସ, ଟୁଇଟ ହେବାର ୨୦ ମିନିଟ୍ ଭିତରେ ରାସନ କାର୍ଡରେ ଯୋଡାହେଲା ନାମ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ୍ ରହସୋଇ ଗ୍ରାମର ଆଶୁତୋଷ ପଣ୍ଡାଙ୍କୁ ବ୍ରେନ୍ ଟ୍ୟୁମର। ଏହି ଖବର ସୋସିଆଲ ମିଡିଆରେ ବୁଲୁଥିଲା। ଚାରିଆଡେ ସେୟାର ବି ଚାଲିଥିଲା। କିଏ କିଏ ଆରୋଗ୍ୟ କାମନା ନେଇ ଫଟୋ ପୋଷ୍ଟ ତଳେ ମତ ରଖୁଥିଲେ। କିନ୍ତୁ ଖବର ପହଞ୍ଚି ପାରିନଥିଲା ପ୍ରକୃତ ଫୋରମରେ। ଏହି ଖବରକୁ ଯେତେବେଳେ ସୋସିଆଲ ମିଡିଆରେ ଦେଖିବାକୁ ପାଇଲେ ଦିଲ୍ଲୀର ଜଣେ ଓଡ଼ିଆ ଯୁବକ ତାଙ୍କୁ ଆନ୍ଦୋଳିତ କରିଥିଲା। ଯାଜପୁର ବିଞ୍ଝାରପୁରର ଏହି ଅହମ୍ମଦ ଅଲ୍ଲୀ ଖାନ ଦିଲ୍ଲୀରେ ୧୦ ବର୍ଷ ହେବ ରହୁଛନ୍ତି। ଏୟାର ଲାଇନ୍ ରେ କାମ କରୁଛନ୍ତି।

ଯେତେବେଳେ ସେ ଆଜି ଏହି ଖବର ଦେଖି ଓଡ଼ିଶା ସିଏମଓଙ୍କୁ ଟୁଇଟ କରିଥିଲେ ତତ୍ କ୍ଷଣାତ ଆରମ୍ଭ ହୋଇଥିଲା ଆକ୍ସନ। ମାତ୍ର ୨୦ ମିନିଟ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଟୁଇଟ ଦେଖି ଲାଗ୍ ଲାଗ ଲାଗି ପଡ଼ିଥିଲେ କାମରେ। ଟୁଇଟର ଲେଖା ଥିଲା କି ଆଶୁତୋଷ ପଣ୍ଡା ଙ୍କ ନାମ ନାହିଁ ରାସନ କାର୍ଡ ରେ। ସେ ବ୍ରେନ୍ ଟ୍ୟୁମର ରେ ପିଡୀତ। ତାଙ୍କ ବାପା, ମାଙ୍କ ନାମରେ ରାସନ କାର୍ଡ ଅଛି।କିନ୍ତୁ ପୁଅର ନାମ ନାହି। ସେ ଅବହେଳା ହେଉ କି ଅଣଦେଖା ହେଉ, ଯେ କୌଣସି କାରଣରୁ ବାଦ୍ ପଡୁନା କାହିଁକି, ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ପକ୍ଷରୁ ଜିଲ୍ଲା ପ୍ରଶାସନ୍ ସହିତ ଯୋଗାଯୋଗ କରାଯାଇ ଅବଗତ କରାଯିବା ସହିତ ନିର୍ଦ୍ଦେଶ ଦିଆଯାଇଥିଲା କି ତୁରନ୍ତ ଆଶୁତୋଷ ଙ୍କ ନାମ ଯୋଡିବା ପାଇଁ। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଇ ନିମିସେକ ମଧ୍ୟରେ ତାଙ୍କ ନାମ ଯୋଡାଯାଇ ଥିଲା। ଫଳରେ ବିଜୁ ସ୍ମାର୍ଟ କାର୍ଡ ରେ ସୋ କରିଥିଲା ଆଶୁତୋଷଙ୍କ ନାମ।

ଆଶୁତୋଷ ଏବେ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ , ଭୁବନେଶ୍ଵର ରେ ଚିକିତ୍ସାଧୀନ। ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। ତାଙ୍କ ପରିବାର ଓ ଟୁଇଟ କରିଥିବା ଯୁବକଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ମଧ୍ୟ ଯୋଗାଯୋଗ ରେ ଅଛି। ଯଦି ଆବଶ୍ୟକ ପଡ଼େ ଆହୁରି ଅଧିକ ଚିକିତ୍ସା ଯୋଗାଇ ଦିଆଯିବା ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ଏ ନେଇ ଅହମ୍ମଦ ଅଲ୍ଲୀ ଖାନ କହିଛନ୍ତି ” ମୋ ଟୁଇଟ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଛନ୍ତି। ତା ସହିତ କାର୍ଯ୍ୟକାରୀ କରିଛନ୍ତି। ଯାହା ମୋତେ ବେଶ୍ ଖୁସି ଦେଇଛି।”

ଆଶୁତୋଷ ଙ୍କ ବାପା ହେଉଛନ୍ତି କିଶୋର କୁମାର ପଣ୍ଡା। ମାତା ବିଶ୍ଵ ମୋହିନୀ ନନ୍ଦ। କିଶୋର ଏକ ବିମା କମ୍ପାନୀରେ କାମ କରନ୍ତି। ସ୍ଵଳ୍ପ ରୋଜଗାର ଭିତରେ ଏଭଳି ଏକ ସମୟ ଆସିବ ସେ ଭାବି ନଥିଲେ। ପ୍ରଥମେ ପୁଅର ବାନ୍ତି ହେଉଥିଲା। ମୁଣ୍ଡା ବୁଲାଉଥିଲା। ମେଡିକାଲ ନେଉଥିଲେ କିନ୍ତୁ ଜଣା ପଡ଼ି ନଥିଲା। ଶେଷରେ ଆଖି ଟେଷ୍ଟ ଓ ଏମ ଆର ଆଇ ପରେ ଜଣା ପଡିଲା। ଏବେ ସେ ଏମସ୍ ରେ ଚିକିତ୍ସାଧୀନ। ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ।

Leave A Reply

Your email address will not be published.