ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେରଳରେ ସିଏଏ ଲାଗୁ ହେବ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନରାଇ । ଦେଶରେ ଧର୍ମ ନିରପେକ୍ଷତା ସମାପ୍ତ କରିବାକୁ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଗତ ମାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ କହିଥିଲେ, କରୋନା ଭାଇରାସ୍ ମହାମାରୀ ସମାପ୍ତ ହେବା ପରେ ଦେଶରେ ସିଏଏ ଲାଗୁ କରାଯିବ। କେରଳରେ ନିଜ ସରକାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି, ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ସରକାରଙ୍କ ମତ ସ୍ପଷ୍ଟ ରହିଛି। ତାହା ହିଁ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ଦେଶ ଧର୍ମନିରପେକ୍ଷତାର ସିଦ୍ଧାନ୍ତ ଉପରେ କାମ କରିଥାଏ। ସଂପ୍ରତି ଧର୍ମନିରପେକ୍ଷତା ସମାପ୍ତ କରିବାକୁ ଉଦ୍ୟମ କରାଯାଉଛି।
ସେ କହିଛନ୍ତି, ଲୋକଙ୍କ ଏକ ଖାସ୍ ସମୂହ ସିଏଏକୁ ନେଇ ଅଧିକ ଚିନ୍ତିତ। ନିକଟ ଦିନରେ ଲୋକଙ୍କ ଏକ ବର୍ଗ ଧର୍ମ ଆଧାରରେ ନାଗରିକତା ନିଷ୍ପତ୍ତି କରୁଥିଲେ। ଏବେ କେରଳ ସରକାର ସିଏଏ ବିରୋଧରେ କଡା ଆଭିମୁଖ୍ୟ ଆପଣେଇଛନ୍ତି। ନିଜ ରାଜ୍ୟରେ ଏହାକୁ ଲାଗୁ କରିବାକୁ ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।