ମଝି ସମୁଦ୍ରରେ ବୁଡିଲା ମାଛମରା ଟ୍ରଲର, ୧୩ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲା କୋଷ୍ଟଗାର୍ଡ

0

ରାଜନଗର(ଓଡ଼ିଆ ନ୍ୟୁଜ୍‌): ମଝି ସମୁଦ୍ରରେ ବଡ ଅଘଟଣ । ବୁଡିଗଲା ମାଛମରା ଟ୍ରଲର । ସମୁଦ୍ରକୁ ମାଛ ଧରିବାକୁ ଯାଇ ଗତକାଲିଠୁ ନିଖୋଜ ଥିଲା ଟ୍ରଲର । ତେବେ ସେଥିରେ ଥିବା ୧୩ ମତ୍ସ୍ୟଜୀବୀଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହେଲେ ସେମାନଙ୍କୁ ନେଇ ଯାଇଥିବା ଟ୍ରଲରଟି ସମୁଦ୍ର ମଝିରେ ବୁଡ଼ି ଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ଯାଇଥିଲେ। ସନ୍ଧ୍ୟା ୫ଟା ବେଳକୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଖବର ପାଇ କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲେ। ସନ୍ଧାନ ବେଳେ ଆଜି ସକାଳୁ ଟ୍ରଲରଟି ସମୁଦ୍ରରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ମାତ୍ର ସମୁଦ୍ର ମଝିରେ ଫସି ରହିଥିବା ୧୩ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ତଥା ସାମୁଦ୍ରିକ ଥାନା କର୍ମଚାରୀ ରକ୍ଷିତ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.