ଫେବୃୟାରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା, ଡିସେମ୍ବର ୨୫ରୁ ମିଳିବ ଆଡମିଟ୍ କାର୍ଡ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଆସନ୍ତାବର୍ଷ ଫେବୃୟାରୀ ୧୪ତାରିଖରୁ ଅନୁଷ୍ଠିତ ହେବ । ଏହା ମାର୍ଚ୍ଚ ୧୩ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ଅବଧିରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ହେବ । ଆଜି ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାର୍ଷିକ କ୍ୟାଲେଣ୍ଡର ଜାରି କରାଯାଇ ସୂଚନା ଦିଆଯାଇଛି । ପରିଷଦ ପ୍ରଥମଥର ପାଇଁ ପ୍ରାୟ ୬ମାସ ପୂର୍ବରୁ ଫର୍ମ ଫିଲଅପଠୁ ଆରମ୍ଭ କରି ପରୀକ୍ଷା ଓ ଫଳ ପ୍ରକାଶନ ସଂକ୍ରାନ୍ତରେ ସୂଚନା ଦେଇଛି ।ପରିଷଦ ପକ୍ଷରୁ ଜାରି ୨୦୨୩-୨୪ ବାର୍ଷିକ ଏକାଡେମିକ କ୍ୟାଲେଣ୍ଡର ଅନୁସାରେ ଚଳିତବର୍ଷ ନଭେମ୍ବର ୧୦ରୁ ୨୫ତାରିଖ ପର୍ୟ୍ୟନ୍ତ ଯୁକ୍ତ ଦୁଇ (ରେଗୁଲାର) ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନଲାଇନରେ ଫର୍ମ ଫିଲଅପ୍ କରିବେ ।

ସେହିପରି ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଚଳିତବର୍ଷ ସେପ୍ଟେମ୍ବର ୧୫ରୁ ୩୦ମଧ୍ୟରେ ଫର୍ମ ଫିଲଅପ୍ କରିବେ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ଫିଲଅପ୍ ଦସ୍ତାବିଜ ନଭେମ୍ବର ୨୭ରୁ ୩୦ତାରିଖ ମଧ୍ୟରେ ପରିଷଦରେ ଦାଖଲ କରାଯିବ। ବାର୍ଷିକ ପରୀକ୍ଷା ନିମନ୍ତେ ଡିସେମ୍ବର ୨୫ତାରିଖରେ ଆଡମିଟ୍ କାର୍ଡ ଅନଲାଇନରେ ଇସ୍ୟୁ କରାଯିବ । ସେହିପରି ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଓ ଫେବୃୟାରୀ ୧୪ରୁ ମାର୍ଚ୍ଚ ୧୩ତାରିଖ ପର୍ୟ୍ୟନ୍ତ ଥିଓରୀ ପରୀକ୍ଷା ହେବ ।

ଆଉ ପରୀକ୍ଷା ଫଳ ଏପ୍ରିଲ ଶେଷ ସପ୍ତାହ ଅବା ମେଦ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ଜାରି ବାର୍ଷିକ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି । ଏବର୍ଷ୬ମାସ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।

Leave A Reply

Your email address will not be published.