ଓଡିଆ ନ୍ୟୁଜ୍ (ବ୍ୟୁରୋ) : ବିଜେପି ବିରୋଧରେ ଏକାଠି ହୋଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆରେ ଫାଟ ଦେଖାଦେଇଛି। ସ୍ଥିତି ଏପରି ହୋଇଛି ଯେ ଆସନ୍ତା ୩୧ରେ ବସିଥିବାରୁ ଥିବା ଇଣ୍ଡିଆର ତୃତୀୟ ବୈଠକରେ ଆପ୍ ଯୋଗଦେବାର ଆଉ ଆବଶ୍ୟକତା ନଥିବା ମଧ୍ୟ କହିବାକୁ ପଛାଇ ନାହିଁ।
ସୂଚନା ଅନୁସାରେ ସାଧାରଣ ନିର୍ବାଚନରେ ଦିଲ୍ଲୀ ଲୋକସଭା ଆସନ ପାଇଁ ଆପ୍ ସହ ମେଣ୍ଟ କରିବ ନାହିଁ କଂଗ୍ରେସ । ବୁଧବାର ଦିଲ୍ଲୀରେ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ନେତା ବୈଠକ କରିଥିଲେ । ୪ ଘଣ୍ଟା ଧରି ୪୦ ନେତା ବୈଠକ ହୋଇଥିଲା । ଏହି ବୈଠକରେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, କେସି ଭେନୁଗୋପାଲ ଓ ଦୀପକ ବାବାରିଆ ଉପସ୍ଥିତ ଥିଲେ। ଯେଉଁଥିରେ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନିଆଯାଇଥିବା କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଛନ୍ତି ।
ଏହାପରେ ଅଳକା ଲାମ୍ବା କହିଛନ୍ତି ଯେ ବାସ ଅଳକା ଲାମ୍ବାଙ୍କ ଏପରି ବୟାନ ଉପରେ ଆପ୍ କଡ଼ା ପ୍ରତିକ୍ରିୟା ରଖିଛି। ଆପ୍ର ପ୍ରିୟଙ୍କା କାକର କହିଛନ୍ତି, “ଯଦି କଂଗ୍ରେସ ନିଷ୍ପତ୍ତି ନେଇ ସାରିଛି ଯେ ସେମାନେ ଆମ ସହ ମେଣ୍ଟ କରିବେ ନାହିଁ, ତା’ହେଲେ ଇଣ୍ଡିଆର ପରବର୍ତ୍ତୀ ବୈଠକରେ ଆମ ଯୋଗଦାନର ଆଉ କୌଣସି ମୂଲ୍ୟ ନାହିଁ। ଆମେ ବୈଠକରେ ଯୋଗ ଦେବକୁ କି ନାହିଁ, ତା’ର ନିଷ୍ପତ୍ତି ବରିଷ୍ଠ ନେତାମାନେ ନେବେ। ଏହାପରେ ବିରୋଧୀ ମେଣ୍ଟ ଇଣ୍ଡିଆରେ ଫାଟ ବୋଲି କୁହାଯାଉଛି । ଅନ୍ୟପଟେ ଦିଲ୍ଲୀ କଂଗ୍ରେସ ପ୍ରଭାରୀ ଦୀପକ ବାବରିଆ ଏପରି ଚର୍ଚ୍ଚାକୁ ଖାରଜ କରିଛନ୍ତି । ଦଳର ନେତ୍ରୀ ଅଳକା ଲାମ୍ବା ଯାହା କହିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ବିବାଦ ବଢିବା ପରେ ସଫେଇ ରଖିଛନ୍ତି ।