ଆଜି ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ, ଜନଜୀବନ ପ୍ରଭାବିତ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ): ଆଜି ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ କରାଯାଉଛି । ‘ସରକାର ଦୀର୍ଘ ଦିନ ହେଲା ଆମ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଜିଲ୍ଲା ମାନ୍ୟତା ଦାବି ଦେବାକୁ ଘୋଷଣା କରି ତାହାକୁ ଭୁଲି ଯାଉଛନ୍ତି। ସରକାର ବାରମ୍ବାର ଆମ ସହ ଛଳ କରି ଚାଲିଛନ୍ତି। ତେଣୁ ତୁରନ୍ତ ଜିଲ୍ଲା ମାନ୍ୟତା ଦାବିରେ ଆମେ ରାଜରାସ୍ତାକୁ ଓହ୍ଲାଇଛୁ। ଦ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ସକାଳୁ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଥିବା ବେଳେ ଏପରି କହିଛନ୍ତି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଦସ୍ୟ।

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନ ସମୟରେ ଚକ ଅଖ ପୂରା ବନ୍ଦ ହୋଇ ଯାଇଥିବା ବେଳେ ଦୋକାନ ବଜାରର ସଟର୍ ଖୋଲା ଯାଇନି । ଆନ୍ଦୋଳନ ଯୋଗୁଁ ଟିଟିଲାଗଡ଼ରୁ ବଲାଙ୍ଗିର, ଖଡ଼ିଆଳ, କେସିଙ୍ଗାକୁ ଗାଡ଼ି ଚଳାଚଳ ବନ୍ଦ ଅଛି। ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ ହୋଇଛନ୍ତି।

ଏନେଇ କ୍ରିୟାନୁଷ୍ଠାନ କମିଟି ସଦସ୍ୟ କହିଛନ୍ତି, ଭୋଟ ବେଳେ ସରକାରଙ୍କର ଟିଟିଲାଗଡ଼ କଥା ମନେ ପଡ଼ୁଛି। ଏହାକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତିର ପାହାଡ଼ ଲଦି ଦେଉଛନ୍ତି। ଏପରିକି ଆମ ସହ ଛଳ କରି ଭୋଟ ନେଉଛନ୍ତି। ଜିଲ୍ଲା କରାଇଦେବାକୁ କହି ୨୦୧୯ରେ ଭୋଟ ନେଇ ଜିତିଲେ। ଏହାପରେ ୫ଟି ସଚିବ ଟିଟିଲାଗଡ଼ ଆସିଥିବା ବେଳେ ତାଙ୍କୁ ଜିଲ୍ଲା ବିଷୟରେ ପଚରାଯିବାରୁ ସ୍ଥାନ ଛାଡ଼ି ପଳାଇଲେ । ଅନ୍ୟପଟେ ବନ୍ଦ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.