ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ମେଡିକାଲ କଲେଜ ସିଟ୍ କରେଇଦେବା କହି ଠକିଥିବା ଦୁଇ ଠକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଅଭିମନ୍ୟୁ କୁମାର ସିଂ ଓ ସୁଗତ ଚୌଧୁରୀ ବୋଲି ଜଣାପଡ଼ିଛି । ମେ ୫ରେ ପଲ୍ଲବୀ ସାହା ନାମକ ଯୁବତୀଙ୍କୁ ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ସିଟ୍ ଦେବାକୁ କହି ୩୨ ଲକ୍ଷ ଟଙ୍କା ଠକିଥିଲେ । ଏହାପରେ ଯୁବତୀଙ୍କ ଅଭିଯୋଗ କ୍ର୍ରମେ ତଦନ୍ତ କରିଥିଲା ପୋଲିସ । ଜଣଙ୍କୁ କଲିକତା ଓ ଅନ୍ୟ ଜଣଙ୍କୁ ପାଟଣା ରେଳ ଷ୍ଟେସନରୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନଙ୍କ ଠାରୁ ୨ଟି ଲାପଟପ୍, ୮ଟି ମୋବାଇଲ ଓ ଗୋଟିଏ ଜାଲ ଆଧାରକାର୍ଡ଼ ଜବତ କରାଯାଇଛି ।
କର୍ଣ୍ଣାଟକ, ବିହାର, ଛତିଶଗଡ଼ ଓ କଲିକତା ଭଳି ବିଭିନ୍ନ ରାଜ୍ୟରେ ଏଭଳି ଠକେଇ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବିଭିନ୍ନ ହସ୍ପିଟାଲରେ ଡାକ୍ତର ଥିବା କହି ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ ଏହି ଠକ ।