ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢିଲା ଅଡ଼ୁଆ। ଲୁକ୍ ଆଉଟ୍ ସର୍କୁଲାର୍ ଜାରି କଲା କମିଶନରେଟ ପୋଲିସ । ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜ୍ଜୁ ହେବା ପରେ କଟକ ମହିଳା ଥାନାରେ ହାଜର ହୋଇଥିଲେ ସୌରିନ୍ ଭଟ୍ଟ । ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ମଧ୍ୟ ଆବେଦନ କରିଥିଲେ ସୌରିନ। ଏମିତିକି କୋଲକାତା ଯାଇଥିଲା ପୋଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । ଏହାସହ ସୌରୀନଙ୍କ ଘର ସମେତ ତିନୋଟି ସ୍ଥାନରେ ରେଡ୍ କରିଥିଲା କମିଶନରେଟ ପୋଲିସ ।
ସୂଚନା ଯୋଗ୍ୟ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ନାଁରେ ଜଣେ ଯୁବତୀ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଘଟଣାର ତଦନ୍ତ କରି ସୌରୀନଙ୍କୁ ଗିରଫ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ପୋଲିସ। ସୌରୀନଙ୍କ ମୋବାଇଲ ସୁଇଚ ଅଫ୍ ଥିବା ବେଳେ ତାଙ୍କ ପରିବାର ଲୋକଙ୍କ କଲ ଡିଟେଲ ଯାଞ୍ଚ ଆରମ୍ଭ କରିଛି ପୋଲିସର ଟେକ୍ନିକାଲ ଟିମ୍ । ସୌରୀନଙ୍କୁ ଠାବ କରିବା ଏକ ପୋଲିସ ଟିମ ଖୁବ ଶୀଘ୍ର ରାଜ୍ୟ ବାହାରକୁ ଯିବ ବୋଲି କହିଛନ୍ତି ଡିସିପି । ଯୁବତୀ ଙ୍କୁ ଯୌନ ଶୋଷଣ ମାମଲାରେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ହଟାଇବା ସହ ଆଗୁଆ ଜାମିନ ଆବେଦନ କୁ ମଧ୍ୟ ଖାରଜ କରିଛନ୍ତି । ତେବେ ଜଣେ ବରିଷ୍ଠ ଅଧିକାରୀ ଓ ସ୍ପେଶାଲ ସ୍କ୍ୱାର୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନ ରେ ସୌରୀନଙ୍କୁ ଠାବ କରିବା ପାଇଁ ଉଦ୍ୟମ କରାଯାଉଥିବା ଜଣାପଡିଛି । ପୂର୍ବରୁ ସୌରୀନ ଭଟ୍ଟଙ୍କ ବିରୋଧରେ ଅସଦାଚରଣ ମାମଲାରେ ଆଗୁଆ ଜାମିନ ଆଵେଦନ ଖାରଜ କରି ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଥିଲେ ।