ଭୁବନେଶ୍ୱର ସାଲିଆ ସାହି ବସ୍ତିରେ କମିଶନରେଟ ପୋଲିସ ଚଢ଼ାଉ କରିଥିବା ଜଣାପଡିଛି। ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ହାଜର ହାଜର ଲିଟର ଦେଶୀ ମଦ ନଷ୍ଟ କରିଛି ପୁଲିସ।ସହିଦନଗର, ମଞ୍ଚେଶ୍ୱର ପୋଲିସର ମିଳିତ ଚଢାଉ ଜାରି ରହିଛି। ଚଢାଉରେ ୩ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ଥିବା ସୂଚନା ରହିଛି । ମଦ ତିଆରିରେ ବ୍ୟବହୃତ ସାମଗ୍ରୀକୁ ଭାଙ୍ଗିବା ସହ ୧୫ରୁ ଅଧିକ ଦେଶୀ ମଦ କାରଖାନା ଠାବ ପୋଲିସ।୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି କମିଶନରେଟ୍ ପୁଲିସ।