ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବ୍ୟାପକ ପରିମାଣର କଫ୍‌ସିରଫ୍‌ ଜବତ, ୨ ଅଭିଯୁକ୍ତଙ୍କୁ ଗିରଫକଲା କମିଶନରେଟ୍ ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବ୍ୟାପକ ପରିମାଣର କଫ୍‌ସିରଫ୍‌ ଜବତ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ୱରରୁ ନୟାଗଡ଼ ଯିବା ସମୟରେ ଭରତପୁର ଥାନା ପୁଲିସ ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କଫ୍‌ ସିରଫ୍‌ ଲୋଡ଼ ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଏକ ଅଟୋ ଆଉ ୧୦କାଟୁନ କଫ୍‌ ସିରଫ ଜବତ କରାଯାଇଛି। ଏହା ସହ କିଛି ଟାବଲେଟ୍‌ ମଧ୍ୟ ଜବତ କରାଯାଇଛି। ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କମିସନରେଟ୍‌ ପୁଲିସ୍‌ର ଏସିପି (ଜୋନ୍‌-୩) ପ୍ରଦୀପ କୁମାର ରାଉତ କହିଛନ୍ତି ଏହି କଫ୍‌ ସିରଫ ଅହମ୍ମଦାବାଦରୁ ଭୁବନେଶ୍ୱର ଆସୁଥିଲା। ପରେ ପରେ ଏହା ଓଡ଼ିଶାର ବିଭିନ୍ନ ଜାଗାକୁ ପଠାଉଥିଲା ମୁଖ୍ୟ ଅଭିଯୁକ୍ତ ପ୍ରବୀଣ କୁମାର ଦାସ। ଜବତ ହୋଇଥିବା କଫ୍‌ ସିରଫ ନୟାଗଡ ଦଶପଲ୍ଲା ଯାଉଥିବା ଜଣାପଡିଛି।ପ୍ରବୀଣଙ୍କ ଘର ନୟାଗଡ଼। ବାହାରେ ରାଜ୍ୟରୁ ସେ କିଣନ୍ତି। ଏମ୍‌ଏସ୍‌ ଫର୍ମା କେୟାର ନାମରେ ତାଙ୍କର ସଂସ୍ଥା ମଞ୍ଚେଶ୍ୱର ଅଞ୍ଚଳରେ ଅଛି। ତଦନ୍ତ ସମୟରେ ଏହା ଉପରେ ଚଢ଼ାଉ ହୋଇପାରେ। ଅଧିକ ଲାଭ ପାଇଁ ଏଭଳି ଭେଜାଲ କପ ସିରଫ୍‌ ବିକ୍ରି କରାଯାଉଥିବା ପୁଲିସ କହିଛି। ବାହାରକୁ ପଠାଯିବା ସମୟରେ, ମେଡ଼ିସିନ ଷ୍ଟୋରରେ ଏହି କଫ୍‌ ସିରପ ଦିଆଯାଏ ନାହିଁ। ଜାଗାଜାଗାରେ ଲୋକମାନେ ଏହି କଫ୍‌ ସିରଫ୍‌ ନେଇଯାନ୍ତି। ତେବେ ଘଟଣାରେ ଗିରଫ ହୋଇଥିବା ଦୁଇଜଣ ମଧ୍ୟ ନୟାଗଡର ହୋଇଥିବା ଜଣାପଡିଛି। ଜଣେ ଦିଲ୍ଲୀପ ବରାଳ ଓ ଆଶିଷ କୁମାର ସାହୁ। ଅନ୍ୟପଟେ ପ୍ରବୀଣ କୁମାର ଦାସ ଫେରାର ଥିବା ଜଣାପଡିଛି। ଏହି ରାକେଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେ ନେଇ ତଦନ୍ତ ଜାରି ରହିଛି। ପୂର୍ବରୁ ୨ଟି ମାମଲା ଏପରି ହୋଇଥିବା ଏସିପି ଶ୍ରୀ ରାଉତ ପ୍ରତିକ୍ରିୟାରେ କହିଛନ୍ତି।

କହିରଖେ କି, ରାଜଧାନୀ ଭୁବନେଶ୍ୱର ଜବତ ହୋଇଥିବା କଫ୍‌ ସିରଫ୍‌ ନିଶା ପାଇଁ ବ୍ୟବହାର କରାଯାଉଥିଲା । ଯେଉଁ କଫ୍‌ ସିରଫ୍‌ ଖାଇଲେ ଆପଣଙ୍କ ଦେହ ଭଲ ହେବା ବଦଳରେ ଆପଣଙ୍କୁ ନିଶା ହେବ। ଏଥିସହ ଦେହ ଖରାପ ହେବ।

Leave A Reply

Your email address will not be published.