ସଫଳ ହେଲା କମିଶନରେଟ ପୋଲିସର Dreams ଯୋଜନା, ନିଶାରୁ ମୁକ୍ତି ପାଇଥିବା ଯୁବପିଢ଼ିଙ୍କୁ ମିଳିଲା ଜୀବିକାର ରାହା

0

ଓଡି୍ଆ ନ୍ୟୁଜ୍(ବ୍ୟୁରୋ): ସଫଳ ହେଲା କମିଶନରେଟ ପୋଲିସର Dreams ଯୋଜନା । ନିଶାରୁ ମୁକ୍ତି ପାଇଥିବା ଯୁବପିଢ଼ିଙ୍କୁ ମିଳିଲା ଜୀବିକାର ରାହା । ନିଶାଗ୍ରସ୍ତ ଯୁବକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚାଲିଥିବା ପ୍ରୟାସ ସଫଳ ହୋଇଛି । NGO ମାଧ୍ୟମରେ ଜୀବିକା ନିର୍ବାହ ପାଇଁ ଫୁଡ୍‌ କାର୍ଟ ପ୍ରଦାନ କରାଯାଇଛି । ଆଜି ପ୍ରଥମେ ୨୦ ଟି ଷ୍ଟଲ ପ୍ରଦାନ କରିଛନ୍ତି କମିଶନରେଟ୍‌ ପୋଲିସ । ରାଜଧାନୀର ପ୍ରମୁଖ ସ୍ଥାନରେ ଫାଷ୍ଟଫୁଡ କରି ରୋଜଗାର କରିବେ । ଅଭିନେତା ସବ୍ୟସାଚୀ ଏ ଅଭିଯାନରେ ଯୋଗ ଦେଇଥିଲେ ।

ପ୍ରଥମେ କରି ଷ୍ଟଲ ଚଳାଇବା ପାଇଁ ଯାହା ଦରକାର ସମସ୍ତ ସାମଗ୍ରୀ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ୫୦ ଜଣ ଯୁବକଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ନିଶା ମୁକ୍ତି ଅଭିଯାନ । ନିଶା ନିବାରଣ କେନ୍ଦ୍ରରେ ରଖାଯାଇ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥିଲା । ଯୋଗ, ନୃତ୍ୟ ଏବଂ ଉନ୍ନତମାନର କାଉନସେଲିଂ ପରେ ନିଶା ଛାଡିଛନ୍ତି ନିଶାଗ୍ରସ୍ତ ଯୁବକମାନେ । ଏହାପରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଜୀବିକା ନିର୍ବାହର ସୁଯୋଗ ଦିଆଯାଇଛି ।

 

Leave A Reply

Your email address will not be published.