ଦୀପାବଳି ପାଇଁ କମିସନରେଟ ପୋଲିସର ଗାଇଡ଼ ଲାଇନ: ୨ ଘଣ୍ଟା ଫୁଟାଯିବ ବାଣ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦୀପାବଳି ପାଇଁ କମିସନରେଟ ପୋଲିସର ଗାଇଡ଼ ଲାଇନ ରାଜଧାନୀରେ 2ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି ରାତି 8ଟାରୁ 10 ଭିତରେ ବାଣ ଫୁଟାଇବା ପାଇଁ ଅନୁମତି ଦିଆ ଯାଇଛି ନିର୍ଧାରିତ ସମୟ ପୂର୍ବରୁ କିମ୍ବା ପରେ ବାଣ ଫୁଟାଇଲେ ଜୋରିମାନା ଆଦାୟ କରାଯିବ ରାଜଧାନୀରେ ବାଣ ଦୋକାନ ଖୋଲିବାକୁ 30ଟି ଖୋଲା ସ୍ଥାନ ଚିହ୍ନଟ କରାଯାଇଛି ପ୍ରତି ଦୋକାନ ମଧ୍ୟରେ 3ମିଟର ଦୂରତା ରହିବା ସହ ସାମନ୍ତରାଳ ଭାବେ ଦୋକାନ ଖୋଲିବାକୁ କୁହାଯାଇଛି ଏହି 30ଟି ସ୍ଥାନ ଛଡା ଯଦି ଆଉ କେଉଁଠି ବାଣ ବିକ୍ରି କରାଯାଉଥାଏ ତାହାଲେ ସେଇ ଦୋକାନକୁ ସିଲ କରାଯିବ କୌଣସି ବେଆଇନି ବାଣ ଦୋକାନ ନଜରକୁ ଆସିଲେ କମିସନରେଟ ପୋଲିସ ଜାରି କରିଥିବା ହ୍ଵାଟ୍ସଆପ ନମ୍ବରରେ ଜଣାଇବାକୁ କୁହା ଯାଇଛି ।

ରାଜଧାନୀରେ ୩୦ ଟି ଜାଗାରେ ୧୫୦୦ଟି ବାଣ ଦୋକାନକୁ ଅନୁମତି ୩୫ଡେସିବଲରୁ ଅଧିକା ଶବ୍ଦ କରୁଥିବା ବାଣ ଫୁଟାଇଲେ ଜୋରିମାନା କରାଯିବ। online ବାଣ ବିକିବା ସମ୍ପୂର୍ଣ ନିଷିଦ୍ଧ ବୋଲି ଗାଇଡ଼ଲାଇନି ରେ ଦର୍ଶାଯାଇଛି ଅଧିକା ପ୍ରଦୂଷଣ ଚାଇନା ବା ବିଦେସି ବାଣ ବିକ୍ରି କରିବା ବା ଫୁଟାଇବାକୁ ବାରଣ କରାଯାଇଛି ଆଜବେଷ୍ଟ ଓ ଟିଣ ଚାଦରରେ ବାଣ ଦୋକାନ କରିବା ପାଇଁ କୁହାଯାଇଛି ବାଣ ଦୋକାନ ଗୁଡିକ ସାମ୍ନା ସାନ୍ନି ବା ମୁହାଁ ମୁହିଁ ବାଣ ବିକ୍ରି କରିପାରିବେ ନାହିଁ।

Leave A Reply

Your email address will not be published.