OCAରେ ନୂଆ ଅଧ୍ୟାୟ: ନଇଁଲେ ବିରୋଧୀ, ସର୍ବସମ୍ମତିରେ ପ୍ରଣବ ପ୍ରକାଶ ଦାସ ହେବେ ସଭାପତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ। ନଇଁଲେ ବିରୋଧୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ବିରୋଧୀ ଗୋଷ୍ଠୀ ଓସିଏ ନିର୍ବାଚନରୁ ଓହରି ଗଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାରବାଟୀ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭଳି ହେଉ। ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ତାହା ହୋଇ ପାରିବ ବୋଲି ମତ ଦେଇଛନ୍ତି ଆର୍ଶୀବାଦ ବେହେରାଙ୍କ ବିରୋଧୀ ଗୋଷ୍ଠୀ।

ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଶାରେ ହକିର ଉନ୍ନତି ହୋଇଛି। କ୍ରିକେଟର ଉନ୍ନତି ପାଇଁ ସରକାରଙ୍କ ସହିତ ରହିବେ ବୋଲି ମତ ଦେଇଛନ୍ତି ପୂର୍ବରୁ ସମ୍ପାଦକ ପଦ ପାଇଁ ଲଢ଼ିଥିବା ନବ ପଟ୍ଟନାୟକ। ତେଣୁ ବିରୋଧୀ ନିସର୍ତ୍ତ ସମର୍ଥନ ଜଣାଇ କୌଣସି ପଦଵୀରେ ପ୍ରାର୍ଥୀ ଦେଇ ନାହାନ୍ତି ବୋଲି ଘୋଷଣା କରିଛନ୍ତି। ଆର୍ଶୀବାଦ ବେହେରାଙ୍କ ଗୋଷ୍ଠୀ ସବୁ ପଦବୀ ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ। ପ୍ରଣବ ପ୍ରକାଶ ଦାସ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କୌଣସି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା ହେଉ ନାହିଁ। ତେଣୁ ନିର୍ବାଚନର ଆବଶ୍ୟକତା ନାହିଁ। କେବଳ ଅପେକ୍ଷା ନିର୍ବାଚନ ଅଧିକାରୀଙ୍କ ଆନୁଷ୍ଠାନିକ ଘୋଷଣାକୁ।

Leave A Reply

Your email address will not be published.