ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଖଟି କରୁଥିବା ଯୁବକ ସାବଧାନ । ଏବେ ଯାଏଁ ୨୦୦ରୁ ଅଧିକ ଖଟି ଓ ନିଶା ସେବନ କରୁଥିବା ଯୁବକଙ୍କ ଠାରୁ ମୋଟା ଅଙ୍କର ଜରିମାନା କାଟିଛି ପୋଲିସ । ଏହାସହ ଅପରାଧୀ ମାନଙ୍କୁ କଡ଼ା ଚେତାବନୀ ଶୁଣାଇଛି କମିଶନରେଟ୍ ପୋଲିସ । ଏଣିକି ଛକ ଛକରେ ଖଟି କଲେ ଜେଲ୍ ଯିବେ । ଏନେଇ କମିଶନରେଟ ପୋଲିସ ର ଆରମ୍ଭ ହୋଇଯାଇଛି ସ୍ପେଶାଲ ଡ୍ରାଇଭ । ଆଗକୁ ପୌର ନିର୍ବାଚନ ଥିବାରୁ ରାଜଧାନୀରେ ଯେଭଳି ଭାବେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ହେଇପାରିବ ସେନେଇ କମିଶନରେଟ ପୋଲିସ ଭୁବନେଶ୍ୱରର ୟୁପିଡିରେ ଥିବା ସମସ୍ତ ଥାନା ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଡିସିପି ।
ଗତକାଲି ମଧ୍ୟ ସବ ଇନ୍ସିପେକ୍ଟର ଓ ପିଓ ପିଡ଼ି ଟିମକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜନଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସ କଡ଼ା ପାଟ୍ରୋଲିଂ କରିବା ପାଇଁ ଭୁବନେଶ୍ଵର ଡିସିପି ନିର୍ଦେଶ ଦେଇଛନ୍ତି । ସେପଟେ ଅନେକ ଖଟି ସ୍ଥାନ ଭାଙ୍ଗିବା ସହ ବନ୍ଦ କଲାଣି କମିଶନରେଟ ପୋଲିସ ।