ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ଉପରମୁହାଁ କରୋନା ଗ୍ରାଫ୍ । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୧୮ହଜାର ୮୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଦେଶରେ ୧୬ରୁ ୧୭ ହଜାର ଉପରେ କରୋନା ମାମଲା ଅସୁଥିବା ବେଳେ ଆଜି ମଧ୍ୟ ଦେଶରେ ୧୮ ହଜାର ଅତିକ୍ରମ କରିଛି ସଂକ୍ରମିତଙ୍କ ସଂଖ୍ୟା । ସେହିପରି କରୋନା ଯୋଗୁ ଗୋଟିଏ ଦିନରେ ଆଉ ୪୩ଜଣଙ୍କ ମୃତ୍ୟୁ ହୋଇଛି ।
ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ଲକ୍ଷ ୨୫ହଜାର ୩୮୬ରେ ପହଞ୍ଚିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଆଉ ୧୬ହଜାର ୧୦୪ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାକୁ ମିଶାଇ ଦେଶରେ ଏଯାଏ ମୋଟ୍ ୪,୨୯,୫୩,୯୮୦ ସଂକ୍ରମିତ ସୁସ୍ଥ ହୋଇସାରିଥିବା ବେଳେ ଦେଶରେ ମୋଟ୍ କରୋନା ସକ୍ରିୟ ମାମଲା ୧ଲକ୍ଷ ୨୫ହଜାର ୨୮ ରହିଛି । ଦେଶରେ ଦୈନିକ ପଜିଟିଭିଟି ହାର ୪.୧୪ ପ୍ରତିଶତ ରହିଛି । ତେବେ ସମସ୍ତେ କରୋନା କଟକଣ, ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।