ଆଜିର ଯାନ୍ତ୍ରିକ ଯୁଗରେ ଜୀବନ ଧାରଣ କରିବା ପାଇଁ ଜୀବିକାର ମାଧ୍ୟମ ଅନନ୍ୟ ଓ ପ୍ରଶସ୍ତ । ଏ ଦୂରଦୃଷ୍ଟିକୁ ବିଦ୍ୟାର୍ଥୀଙ୍କ ନିକଟକୁ ନିକଟତର କରିବାକୁ ସଫଳ ପ୍ରଚେଷ୍ଟା କରିଛି ଡିଏଭି ପୋଖରୀପୁଟର ଡିଏଭି କ୍ୟାରିୟର କନ୍ କ୍ଲେଭ୍ । ଛାତ୍ରମାନଙ୍କୁ ବିଭିନ୍ନ ବୃତ୍ତା ଆଶା ବିଷୟରେ ଆଲୋକିତ କରିବା ଏବଂ ବହୁ ପ୍ରତୀକ୍ଷିତ ବିଦ୍ୟାଳୟ ପତ୍ରିକା ‘ପ୍ରେରଣା’ -୨୦୨୩ କୁ ଏହି ଅବସରରେ ଉନ୍ମୋଚନ ରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ପ୍ରତିନିଧି, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ବିଶିଷ୍ଟ ବୃତ୍ତଗତଗଣ ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କ ସନ୍ଦେହ ତଥା ଜିଜ୍ଞାସୁ ମନୋବୃତ୍ତିକୁ ପୂର୍ଣ୍ଣକରିବା ସହିତ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥିଲେ। ଡିଏଭି ଅନୁଷ୍ଠାନ ସମୂହର ଓଡ଼ିଶାର ସହକାର ଆଞ୍ଚଳିକ ଅଧିକାରୀ, ଡ. ସୁଜତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଡିଏଭି କ୍ୟାରିୟର କନ୍ କ୍ଲେଭ୍ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ଡିଏଭି ଗାନ୍ ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଡ.ସୁଜାତା ନିଜ ଅଭିଭାଷଣରେ ଅଭ୍ୟାଗତ ଅତିଥି ମାନଙ୍କୁ ସ୍ବାଗତ କରିବା ସହିତ ବିଦ୍ୟାର୍ଥୀମାନେ ବିଦ୍ୟାଳୟସ୍ତରରୁ ଜୀବିକାର ପ୍ରଶସ୍ତ ବିଭାଗର ସୁଗୁଣକୁ ଚିହ୍ନିବା ଏବଂ ଲକ୍ଷ୍ୟ ଧାର୍ଯ୍ୟ କରିବା ଏକାନ୍ତ କାମ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ର ପ୍ରସାରଣର ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀ ଅଜୟ ଶର୍ମା ପ୍ରୋଫାଇଲ୍ ନିର୍ମାଣର ଗୁରୁତ୍ବ ଉପରେ ଏକ ଆକର୍ଷଣୀୟ ଆଲୋଚନା କରିବା ସହିତ ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ପ୍ରତିଷ୍ଠିତ ହେବା ପାଇଁ ବିଦ୍ୟାର୍ଥୀମାନେ କିପରି ସେମାନଙ୍କର ପ୍ରୋଫାଇଲ୍ ସମୃଦ୍ଧ କରିପାରିବେ ସେ ସମ୍ବନ୍ଧରେ ଶ୍ରୀ ଶର୍ମା ମୂଲ୍ୟବାନ ଜ୍ଞାନ ବାଣ୍ଟିଥିଲେ । ଏସ୍ ଆର୍ .ଏମ୍ . ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଇପ୍ସିତା ପ୍ରଧାନ ଉଦାରବାଦୀ କଳା ଏବଂ ସାମାଜିକ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ କ୍ୟାରିୟରର ସୁଯୋଗ ଉପରେ ମାର୍ଗଦର୍ଶନ ଏବଂ ସୂଚନା ପ୍ରଦାନ କରି ସେମାନଙ୍କୁ ଏହି କ୍ଷେତ୍ରରେ ସମ୍ଭାବ୍ୟ ଭବିଷ୍ୟତ ବିଷୟରେ ଆଲୋକିତ କରିଥିଲେ । ଋଷିହୁଡ୍ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର କନିଷ୍କା ଶର୍ମା ଦର୍ଶକଙ୍କୁ କମ୍ପ୍ୟୁଟର ସାଇନ୍ସ ଏବଂ ଏ.ଆଇରେ ଉଦୀୟମାନ ବୃତ୍ତି ବିଷୟରେ ଏକ ସଂଳାପରେ ନିୟୋଜିତ କରିବା ସହିତ ଭବିଷ୍ୟତ ଗଠନର ରୋମାଞ୍ଚକର ସମ୍ଭାବନା ଏବଂ ସୁଯୋଗ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଦଘାଟିତ ହୋଇଥିବା କ୍ୟାରିୟର ମେଳା ବିଦ୍ୟାର୍ଥୀଙ୍କୁ ବିଭିନ୍ନ ବିଶ୍ବବିଦ୍ୟାଳୟ ବୁଥ୍ ଅନ୍ଵେଷଣ ଏବଂ ବିଭିନ୍ନ ଶିକ୍ଷାଗତ ପଥ ବିଷୟରେ ଜ୍ଞାନ ଆହରଣ କରିବାର ସୁଯୋଗ ପ୍ରଦାନ କରିଥିଲା ।
ଛାତ୍ରଛାତ୍ରୀମାନେ ସେମାନଙ୍କର ଭବିଷ୍ୟତ ଗଠନ ବିଷୟରେ ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । “ଅନଲକ୍ ସୁଯୋଗ: IVY ଲିଗ୍ ୟୁନିଭରସିଟିରେ ତୁମର କ୍ୟାରିଅର୍ ପଥ ନେଭିଗେଟ୍ କରିବା” ଉପରେ ଏକ ବାର୍ତ୍ତାଳାପ ହୋଇଥିଲା । କାଉନସେଲିଂ ବିଶ୍ବବିଦ୍ୟାଳୟରୁ ସୁଶ୍ରୀ ସୁନୀତା ବୋଷ ଏବଂ ସୁଶ୍ରୀ ସୁଦକ୍ଷଣା ସେମାନଙ୍କର ପାରଦର୍ଶିତା ବାଣ୍ଟିଥିଲେ ଏବଂ ଛାତ୍ରମାନଙ୍କୁ ସେମାନଙ୍କ କ୍ୟାରିୟର ପଥକୁ କିପରି ପ୍ରଭାବଶାଳୀ ଭାବରେ ନେଭିଗେଟ୍ କରିବେ ସେ ସମ୍ବନ୍ଧରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରମାନଙ୍କୁ ଟାର୍ଗେଟ କରି କିର୍ଲୋସ୍କର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ମାର୍କେଟିଂର ଆଡଜାଣ୍ଡ ପ୍ରଫେସର ଡକ୍ଟର କମଲେଶ ମିଶ୍ର ନୂତନ ବୟସର ବୃତ୍ତ ଆଶା, ଆହ୍ୱାନ ଏବଂ ପଥ ବିଷୟରେ ଭାବ ବିନିମୟ କରିଥିଲେ। ବିକାଶଶୀଳ ଚାକିରି ବଜାର ବିଷୟରେ ତାଙ୍କର ଅନୁଦୃଷ୍ଟି ଏବଂ ଏଥିରେ ଉତ୍କର୍ଷ ହେବା ପାଇଁ ଆବଶ୍ୟକ କୌଶଳ ଅତ୍ୟନ୍ତ ମୂଲ୍ୟବାନ ଥିଲା । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପତ୍ରିକାର ମୁଖ୍ୟ ସମ୍ପାଦକ ତଥା କ୍ୟାରିୟର କନ୍ କ୍ଲେଭର ଆୟୋଜକ ମୟୂଖ ମିଶ୍ରଙ୍କ ଅନୁରୋଧ କ୍ରମେ ‘ ପ୍ରେରଣା’ ‘ ୨୦୨୩କୁ ସ୍କୁଲର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଯେଉଁଥିରେ କଭର୍ ଷ୍ଟୋରୀ ଆଧୁନିକ ଦୁନିଆରେ କ୍ୟାରିୟର ପସନ୍ଦକୁ ପୁନଃ ଚିତ୍ରଣ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହ ଏହି କାର୍ଯ୍ୟକ୍ରମ ର ସମସ୍ତ ଅଂଶଗ୍ରହଣକାରୀ, ବକ୍ତା ଏବଂ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ସଂଯୋଜକ-ସମ୍ପାଦକ ଶ୍ରୀଯୁକ୍ତ ଶିତିକଣ୍ଠ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସୂଚାରୁରୂପେ ପରିଚାଳିତ ହୋଇଥିଲା । ସର୍ବଶେଷରେ ଅଭ୍ୟାଗତଙ୍କୁ ସମ୍ମାନିତ କରାଯିବା ସହିତ ଧନ୍ୟବାଦ ପର୍ବ ଅନୁଷ୍ଠିତ ହୋଇଥିଲା ।