ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରକାଶ ପାଇଲା ଚଳିତ ବର୍ଷର ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଫଳାଫଳ । www.ojee.nic.inରେ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ପାଇପାରିବେ । ୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି। ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି।
ସେହିପରି ଏଲ୍ଇ. ଟେକ୍ (ଡିପ୍ଲୋମା)ରେ ବିଲ୍ଟୁ ମଣ୍ଡଳ ଟପ୍ପର ହୋଇଥିବା ବେଳେ ଏମ୍ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି , ସିଭିଲ୍ ଇଂଜିନିୟରିଂ ରବୀନ୍ଦ୍ର ସାହୁ ଓ MCA/M.SC (କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଛନ୍ତି। ଚଳିତ ଓଜେଇଇ ପରୀକ୍ଷା ମେ ୬ରୁ ଆରମ୍ଭ ହୋଇ ମେ ୧୦ ପର୍ଯ୍ୟନ୍ତ ଚାଲିଥିଲା । ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ, ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପାଠକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବି.ଫାର୍ମା, ଏଲ୍ଇ-ଟେକ୍, ଏଲ୍ଇ-ଟେକ୍ (ବିଏସ୍ସି), ବି କ୍ୟାଟ୍, ଏମ୍ବିଏ, ଏମ୍ସିଏ, ଏଲ୍ଇ-ଫାର୍ମା,ଏମ୍ ଫାର୍ମା, ଏମ୍ ଆର୍ଚ, ଏମ୍ ପ୍ଲାନ୍, ଏମ୍ ଟେକ୍ ଇତ୍ୟାଦି ରହିଛି । ସମସ୍ତ ବିଷୟ ବସ୍ତୁ ପାଇଁ କମ୍ପୁଟର ବେଶ୍ ପରୀକ୍ଷା ହୋଇଥିଲା ।
ରାଜ୍ୟର ସମସ୍ତ ଜିଲ୍ଲାରେ ମୋଟ ୫୭ ଟି କେନ୍ଦ୍ର ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ପାଟଣା ଏବଂ ରାଞ୍ଚିରେ ପରୀକ୍ଷା କେନ୍ଦ୍ର ହୋଇଥିଲା । ଗତମାସ ୬ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।