ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତାକାଲି ଭୋଟ ଗଣତି। ଜୁନ୍ ୪ରେ ହେବ ଭୋଟ ଗଣତି । ଫଳାଫଳ ଅପେକ୍ଷାରେ ସମସ୍ତ ରାଜନୈତୀକ ଦଳ । ସେପଟେ ଜୁନ ୪ରେ ଭୋଟ ଗଣତି ବେଳେ ଆଇନଶୃଙ୍ଖଳା ପାଇଁ ରାଜ୍ୟରେ ୭୦ କମ୍ପାନୀ ସିଏପିଏଫ କର୍ମଚାରୀ ମୁତୟନ ହେବେ । ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍। ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍। ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୁଲିସ । ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ରହିଛି ଇଭିଏମ। ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୁଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ ଦାୟିତ୍ୱରେ ରହିଛନ୍ତି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ଇଭିଏମରେ ସିଲ୍ ହୋଇଛି ସମସ୍ତ ରାଜନୈତୀକ ଦଳର ପ୍ରାର୍ଥୀ ମାନଙ୍କ ଭାଗ୍ୟ ।
ଏବେ କେବଳ ଅପେକ୍ଷା ଫଳାଫଳକୁ । ଜୁନ ୪ରେ ନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ଭୋଟର କାହା ଉପରେ ସୁନା କଳସ ଢାଳିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଷ୍ଟ୍ରଙ୍ଗରୁମ୍, କାଉଣ୍ଟିଂ ସେଣ୍ଟରରେ ୨୫ କମ୍ପାନୀ ମୁତୟନ ନେଇ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳାକୁ ଦେଖି ଅଧିକ CAPF ମୁତୟନ ନିଷ୍ପତ୍ତି ନିଆଯାଇଛି।
Comments are closed.