ରାଜ୍ୟ କ୍ୟାବିନେଟର ଶେଷ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତାକାଲି (ମଙ୍ଗଳବାର) ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ବସିଛି । ପୂର୍ବାହ୍ନ ସାଢ଼େ ୧୧ଟାରୁ ଏହି ବୈଠକ ଲୋକସଭା ଭବନରେ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ସଭାପତିତ୍ବ କରୁଛନ୍ତି । ଏହି ଭର୍ଚୁଆଲ ବୈଠକରେ ବିଜିନ୍ନ ଗୁରୁତ୍ବପୂଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିବା ବେଳେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟରେ ସୁପାରିସ କରାଯାଇଛି।

ପ୍ରଥମେ ଏହି ବୈଠକରେ ରାଜ୍ୟ କ୍ୟାବିନେଟ ଭଙ୍ଗ ସୁପାରିସ ଉପରେ ମୋହର ବାଜିଛି । ଏହାପରେ କ୍ୟାବିନେଟ ନିଷ୍ପତ୍ତିକୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ଏଥିସହିତ ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ସୁପାରିଶ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତାକାଲି ସକାଳୁ ଭୋଟ ଗଣତି ଆରମ୍ଭ ହେବ । ଉଭୟ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନର ଗଣତି ହେବାକୁ ଯାଉଛି । ରାଜ୍ୟରେ ଏଥର ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଶାସକ ଦଳ ପୁଣି କ୍ଷମତା ହାସଲ କରି ରାଜ୍ୟରେ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ନେଇ ଦମ୍ଭୋକ୍ତି ଦେଖାଉଥିବା ବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି କହୁଛି ।

ଏହାରି ମଧ୍ୟରେ ଶେଷ ପର୍ଯ୍ୟାୟ ଭୋଟିଂ ପରେ ଆସିଥିବା ‘ଏକଜିଟ ପୋଲ’ ରେ ରାଜ୍ୟରେ ବିଜେପି ପ୍ରାୟ 15 ଲୋକସଭା ଆସନ ହାତେଇବ ବୋଲି ପୂର୍ବାକଳନ ପ୍ରକାଶ ପାଇଛି । ସେହିପରି ବିଧାନସଭା ଫଳାଫଳ ନେଇ ଏକାଧିକ ସଂସ୍ଥା ରିପୋର୍ଟ ସାର୍ବଜନୀନ କରିନଥିବା ବେଳେ ଗୋଟିଏ ଜାତୀୟ ଗଣମାଧ୍ୟମ ନିଜ ସର୍ଭେରେ ବିଜେପି ଓ ବିଜେଡିକୁ ପ୍ରାୟ ସାମାନ ଆସନ ଦେବା ସହ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବା ନେଇ ସଙ୍କେତ ଦେଇଛି । ଆସନ୍ତାକାଲିର ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି ।

Leave A Reply

Your email address will not be published.