ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କଲା ପୋଲିସ। ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏବେ ଯାଏଁ ମୋଟ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଗତ ୩୦ ତାରିଖ ଦିନ ଅଭିଳାଷ ପଣ୍ଡା ପ୍ରଚାର ସାରି ସହ ୪୦ରୁ ୫୦ ଜଣ କର୍ମୀଙ୍କ ସହ ଫେରୁଥିବା ବେଳେ ଚାନ୍ଦବାଲି ସସିତାଦେଇପୁର ନିକଟରେ ୧୦୦ଅଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।
ପୁଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଥିବା ବେଳେ ପୁଣି ଆଉ ୫ ଜଣଙ୍କୁ ଗିରଫ କରିଛି। ଘଟଣାକୁ ନେଇ ବିଜେଡିକୁ ନିଶାନା କରିଥିଲା ବିଜେପି। ସେପଟେ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ତେବେ ପୁଲିସ ପୂର୍ବରୁ ଏଥିରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ଦୋଷୀଙ୍କୁ ଗିରଫ କରିବା ସହ କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ମୁତୟନ କରାଯାଉ ବୋଲି ଦାବି କରିଥିଲା ଦଳ। ସେହିପରି ଘଟଣା ପରଦିନ ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି ହୋଇଥିଲା।