ଅଂଶୁଘାତରେ ଗଲାଣି ୨୬ ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଢ଼ୁଛି ତାତି, କଲବଲ ପଶ୍ଚିମ ଓଡ଼ିଶାବାସୀ ।  ଟାଣଖରା ଯୋଗୁଁ ରାଉରକେଲା ଏବଂ ଝାରସୁଗୁଡା ଜିଲାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ବଢୁଛି। ଏସନ ରାଜ୍ୟରେ ମୋଟ ୧୪୧ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଜିଲାପାଳମାନଙ୍କ ପାଖକୁ ଆସିଛି।

ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଯୁଗ୍ମ କମିଟି ଦ୍ବାରା ଯାଞ୍ଚ ପରେ ମୋଟ ୨୬ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୨୦ଟି ସେଥିରୁ ଅଂଶୁଘାତ ନେଇ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।     ଅଂଶୁଘାତଜନିତ ଘଟଣା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଭଳି ଜିଲ୍ଲାରୁ ଅଭିଯୋଗ ଆସିଛି। ଅସ୍ୱାଭାବିକ ଭାବେ ଲୋକଙ୍କ ଜୀବନ ଯାଇଛି। ଏହି ଘଟଣା ପରେ ସତର୍କତା ସୂଚନା ମୂଳକ ଭାବେ ପିକ୍ ସମୟରେ କାମ କରିବାକୁ ବାରଣ କରିଛନ୍ତି SRC ।

ତେବେ ଗତକାଲି ଅପେକ୍ଷା ରବିବାର ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ସେଠାରେ ପାରଦ ୪୭ଡିଗ୍ରୀ ଟପିଥିବା ବେଳେ ତାହା ୪୨ ଡିଗ୍ରୀକୁ ଖସି ଆସିଛି।  ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୪୨.୫ଡିଗ୍ରୀ ରେକର୍ଡ ହୋଇଛି। ସୁବର୍ଣ୍ଣପୁର ୪୨.୩, ବଲାଙ୍ଗିର ୪୨.୩, ବୌଦ୍ଧ ୪୨.୧, ନୂଆପଡା ଓ ଭବାନୀପାଟଣା ୪୦.୫, ଝାରସୁଗୁଡା ୪୦.୪ ଏବଂ ସମ୍ବଲପୁରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୨ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମପ୍ରବାହ। ଉପକୂଳ ଓଡିଶାରେ ୪ ଦିନ ଗୁଳୁଗୁଳି ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Leave A Reply

Your email address will not be published.