ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଟାକଟା ପଞ୍ଚାୟତ ର ଚାଷୀପଡା ଗ୍ରାମ ରେ ଭୋଟଦାନ ପରେ ଇଭିଏମ ତୃଟି କୁ ନେଇ ଉତ୍ତେଜନା। ଅଫିସର ଙ୍କ ସହ ଇଭିଏମ ଅଟକ। ସୂଚନା ଅନୁସାରେ ଚାଷୀପଡା ଗ୍ରାମ ରେ ସକାଳ ସାତଟା ରୁ ଭୋଟ ଦାନ ଆରମ୍ଭ ହୋଇଥିଲା ।
ସମୁଦାୟ ୧୧୭୧ ଜଣ ଭୋଟର ଭୋଟ ଦେବାକୁ ଥିବା ବେଳେ ସନ୍ଧ୍ୟା ଛଅ ଟା ସୁଦ୍ଧା ୯୧୧ ଜଣ ଭୋଟର ମତଦାନ କରିଥିଲେ। ତେବେ ଶେଷ ସମୟରେ ପୋଲିଙ୍ଗ ଏଜେଣ୍ଟ ଙ୍କ ସମ୍ମୁଖରେ ଇଭିଏମ ସିଲ୍ ହେବା ବେଳକୁ ଇଭିଏମ ରେ ସମୁଦାୟ ୯୪୬ ଭୋଟ ଦର୍ଶାଇଥିଲା । ତେବେ ୪୬ ଟି ଭୋଟ ଅଧିକ କେମିତି ହେଲା ସେ ବିଷୟରେ ଏଜେଣ୍ଟ ମାନେ ଜାଣିବାକୁ ଚାହିଁ ଥିବା ବେଳେ ପ୍ରିଜାଇଡିଂ ଅଫିସର ଇଭିଏମ ର ତୃଟି ଥିବା କହିଥିଲେ।
ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ଗ୍ରାମବାସୀ ମାନେ ଇଭିଏମ ସହ ସମସ୍ତ ଅଧିକାରୀ ଙ୍କୁ ଅଟକ ରଖିଛନ୍ତି। ଏବଂ ସ୍ଥାୟୀ ସମାଧାନ ନହେଲେ ସାନି ଭୋଟ ପାଇଁ ଦାବି କରିଛନ୍ତି।