ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମତଦାନ ସମୟରେ ନିର୍ବାଚନୀ ହିଂସା | ସାଧାରଣ ନିର୍ବାଚନ ପାଇଁ ଆଜି ଶେଷ ପର୍ଯ୍ୟାୟ ରେ ମତଦାନ ଚାଳିଥିବା ବେଳେ ବାଲିଆପାଳ ଥାନା ଅନ୍ତର୍ଗତ ଛୋଟଖାନ ପୁର ୧୭୨ ନଂ ବୁଥ ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା।
ସୁଚନା ଯୋଗ୍ୟ କାର୍ଯ୍ୟରତ ବିଜେଡି ସମର୍ଥକ ସରପଞ୍ଚ ବିଷ୍ଣୁ ପଦ ପାତ୍ର ବୁଥକୁ ପରିଦର୍ଶନ ପାଇଁ ଯାଇଥିବା ବେଳେ ଅନ୍ୟମାନଙ୍କୁ ବିଜେଡି ରେ ଭୋଟ ଦେବା ପାଇଁ କହୁଥିଲେ ବୋଲି ବିଜେପି ର ଜଣେ ବରିଷ୍ଠ କର୍ମୀ ଜର୍ନାଦନ ଅଣ୍ଡିଆ ଭୋଟ ଦେବାକୁ ଯାଇ ଅଭିଯୋଗ କରି ବିରୋଧ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଜୋର ଧରିଥିବା ବେଳେ ଅନ୍ୟମାନେ ମଧ୍ୟ ସେଠାରେ ରୁଣ୍ଡ ହେଉଥିଲେ ଏବଂ ନିଜ ନିଜ ମଧ୍ୟରେ ଠେଲାପେଲା ଲାଗି ଯାଇଥିଲେ।
ଉକ୍ତ ଘଟଣାକୁ ପୋଲିସ ଶାନ୍ତ କରିବା ପରେ ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଥିଲା। ଏନେଇ ଶ୍ରୀ ଅଣ୍ଡିଆ ୮୩ ବର୍ଷ ବୃଦ୍ଧା ଙ୍କୁ ଶ୍ରୀ ପାତ୍ର ଠେଲିବା କଥା ଅଭିଯୋଗ କରିଥିବା ବେଳେ ଖଣ୍ଡନ କରିଛନ୍ତି ଶ୍ରୀ ପାତ୍ର ଓଲଟା ଅଣ୍ଡିଆ ତାଙ୍କୁ ଠେଲି ଥିବା କଥା ଅଭିଯୋଗ କରିଛନ୍ତି।