ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା | ରାଜ୍ୟରେ କେବଳ କ୍ଷମତାର ପରିବର୍ତ୍ତନ ହୋଇ ନାହିଁ, ସଂସ୍କୃତିର ପରିବର୍ତ୍ତନ ହୋଇଛି। ଏବେ ଲୋକଙ୍କୁ ସ୍ବଚ୍ଛ, ଦାୟିତ୍ଵପୂର୍ଣ୍ଣ, ପାରଦର୍ଶିତା ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ମିଳିବ ବୋଲି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କହିଛନ୍ତି।

ଭୋଗରାଇ ବିଜେପି ପକ୍ଷରୁ ଥାନାଛକ କମ୍ୟୁନିଟି ସେଣ୍ଟରରେ ସାଂସଦଙ୍କ ଉଦ୍ଦେଶ୍ୟରେ ଆୟାଜିତ ଏହି ସମ୍ବଦ୍ଧନା ପର୍ବକୁ ବରିଷ୍ଠ ନେତା ଆଶିଷ ପାତ୍ର ସଂଚାଳନ କରିଥିଲେ। ଏଥିରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଯୋଗଦେଇ ତାଳସାରୀ, ଭୂଷଣ୍ଡେଶ୍ଵର, ଚନ୍ଦନେଶ୍ଵରର ଦ୍ରୁତ ବିକାଶ ହେବ ବୋଲି କହିଥିଲେ। ଏହାଛଡ଼ା ବହୁ ନେତା ଓ ସଚିବ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଥିଲେ।

ଅପରପକ୍ଷେ ଆଗାମୀ ୩ମାସ ମଧ୍ୟରେ ମହିଳାମାନଙ୍କୁ ସୁଭଦ୍ରା ଯାଜନାର ସୁଫଳ ମିଳିବ, ଧାନ ଦ୍ବିଣ୍ଟାଲ ୩୧ଶହ ଟଙ୍କା ପାଇଁ କମିଟି ଗଠନ ହୋଇ ସାରିଛି। ମୋଟ ଉପରେ ସରକାର ଗଠନର ପ୍ରଥମ ଦିନରୁ ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିବା ସେ କହିଛନ୍ତି। ଏହି ଅବସରରେ ଭୋଗରାଇର ବିଭିନ୍ନ ମଣ୍ଡଳ ସଭାପତି, ବରିଷ୍ଠ କର୍ମକର୍ତ୍ତା ତାଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ଦେଇ ସମ୍ବଦ୍ଧନା ଜଣାଇଥିଲେ।

Leave A Reply

Your email address will not be published.