ବାଲେଶ୍ବରରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ବିଜେପି ବିଧାୟକ ପ୍ରାର୍ଥୀଙ୍କ ବାସଭବନ ରେ ଆୟୋଜିତ ଏହି ସାମ୍ବାଦିକ ସମ୍ନିଳନୀ ରେ ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ନାଥ ଅଣ୍ତିଆ ଯୋଗଦେଇ ଓଡ଼ିଶାର ନୂଆ ମୁଖ୍ୟ ମନ୍ତ୍ରୀ ମୋହନ ଚାରଣ ମାଝିଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ 24 ବର୍ଷ ର ଦୁର୍ନୀତି ଗ୍ରସ୍ତ ଅଫିସର ରାଜ ଶାସନର ଅବସାନ ହୋଇଥିବାରୁ ଅଞ୍ଚଳ ବାସୀ ଆଶ୍ବସ୍ତି ଅନୁଭବ କରୁଛନ୍ତି ବୋଲି କହିଥିଲେ |

ସେ ନିର୍ବାଚନ ରେ ପରାଜୟ ବରଣ କରିଥିଲେ ମଧ୍ଯ ଲୋକମାନଙ୍କ ସହିତ ଆଗରୁ ଯେମିତି ଥିଲେ ଆଜି ମଧ୍ଯ ସେମାନଙ୍କ ସହିତ ଅଛନ୍ତି ଏବଂ ଆଗାମୀ ଦିନରେ ମଧ୍ଯ ଲୋକ ମାନଂକ ସହିତ ରହିବେ ବୋଲି କହିଥିଲେ | ସବୁବେଳେ ଲୋକଙ୍କ ସୁଖଦୁଖଃ ରେ ସାମିଲ ହୋଇ ଜନସାଧାରଣ ଙ୍କ ସେବା କରିବେ ବୋଲି ପ୍ରତିଶୃତି ଦେଇଥିଲେ |

ଏହି ଅବସର ରେ ଶ୍ରୀ ଅଣ୍ଡିଆ ବାଲିଆପାଳ ବ୍ଲକର ସମସ୍ତ ଲାଇନ ଡିପାଟମେଣ୍ଟ ର ଅଫିସର ମାନଙ୍କୁ ପିସି କାରବାର ରୁ ଦୂରେଇ ରହିବା ସହିତ ଲୋକଙ୍କୁ ଉଚିତ ବ୍ୟବାହର ଓ ସଠିକ ସେବା ପ୍ରଦାନ କରିବା ପାଇଁ ଆହ୍ଵାନ ଦେଇଥିଲେ | ତେବେ ବାଲିଆପାଳ ଅଞ୍ଚଳ ଥିବା ସୂତାକଳର ପୁନରୁଦ୍ଧାର, ଭୂତଳ ଜଳର ସୁରକ୍ଷା , ନଦୀ ବନ୍ଧ ସୁରକ୍ଷା, ବୃକ୍ଷ ରୋପଣ ଆଦି ପ୍ରତି ଗୁରୁତ୍ଵ ଦିଆଯିବ ବୋଲି କହିଥିଲେ, ଏହି ସାମ୍ବାଦିକ ସମ୍ମିଳନୀ ରେ ବସ୍ତା ନିର୍ବାଚନ ମଣ୍ତଳୀ ର ବହୂ ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ଥିଲେ |

Comments are closed.