ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାହୁଁ ଚାହୁଁ ଯୁବକଙ୍କୁ ଦଳି ଦେଲା ଦନ୍ତା, ଯୁବକ ମୃତ | ବୁଧବାର ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କାଲଟାରେ ଜଣେ ଯୁବକଙ୍କୁ ଏକ ବିଶାଳ ଦନ୍ତା ଦଳି ଦେବାରୁ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣା ପଡିଛି।
ମୃତ ଯୁବକ ହେଉଛନ୍ତି ସୋମରା ସାମସି। ସୂଚନାନୁସାରେ କିଛିଦିନ ଧରି କୋଇଡା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ଏହି ଗୋଠଛଡା ଦନ୍ତାଟି କାଲଟା ନିକଟରେ ପହଞ୍ଚି ଥିଲା। ହାତୀକୁ ଘଉଡ଼ାଇବାକୁ ଯାଇ ସୋମରା ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ।
ହାତୀତି ସୋମରାକୁ କଚାଡି ଦେବା ସହ ଦଳି ଦେଇଥିଲା। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ କାଲଟା ଓ ପରେ କୋଇଡା ମେଡିକାଲ ଆଣିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସୋମରାଙ୍କ ମୃତ୍ୟୁ ଘଟିଥିଲା।
Comments are closed.