ଉଦ୍‌ଘାଟିତ ହେଲା ୩ ଦିନ ବ୍ୟାପି ରଜ ମହୋତ୍ସବ-୨୦୨୪

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଗୁରୁକୁଳ ଡ୍ୟାନ୍ସ ଆଣ୍ଡ ଭିଜୁଆଲ୍ ଏକାଡେମୀ ତରଫରୁ ମା’ ଅମ୍ବିକା ମନ୍ଦିର ନିକଟସ୍ଥ ଶିଶୁ ଉଦ୍ୟାନରେ ୩ ଦିନିଆ ରଜମଉଜ-୨୦୨୪ ଉଦ୍‌ଘାଟିତ ହୋଇଯାଇଛି। ରଜମଉଜ କାର୍ଯ୍ୟକ୍ରମର ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଦିଗ୍‌ଦର୍ଶନରେ ଲକ୍ଷ୍ମୀକାନ୍ତ କଲେଜର ଅଧ୍ୟକ୍ଷା ଡ଼ ପୁସ୍ପ ପାତ୍ର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, କୂକୁ ମିନ ଫିତାକାଟି ଉଦ୍‌ଘାଟନ କରିଥିଲେ।

ଅନୁଷ୍ଠାନର ପ୍ରତିଷ୍ଠାତ ଓ ନିର୍ଦ୍ଦେଶକ ଲିଟନ୍ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ,ବାରିପଦା ପୌରପାଳିକା ଉପନଗରପାଳ ସୀମା ଦାସ, ସୁଦର୍ଶନୀ ସାହୁ, ଅନନ୍ତ ଦାସ, ଦୀପ୍ତିଲତା ମିଶ୍ର, ପୂଜା ତରେଇ, ମୀନା ଗିରି, ଓଡ଼ିଆ ସିନେ ଜଗତର ଉପସ୍ଥାପିକା ଖୁସି କୁମାର ପ୍ରମୁଖ ଉପସ୍ଥିତ ଥିଲେ | ସେହିପରି ସନ୍ଧ୍ୟାରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା ।

ଗୁରୁକୂଳ ତ୍ୟାନ୍ସ ଆଣ୍ଡ ଭିଜୁଆଲ୍ ଏକାଡେମୀର ଛାତ୍ରଛାତ୍ରୀମାନେ ଛଉ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ । ଏହା ପରେ ଆଧୁନିକ ରେକର୍ଡ ଡ୍ୟାନସ ଓ ରଜକୁଇନର ପ୍ରାରମ୍ଭିକ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା | ଆଙ୍କର ଖୁସି କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ରଜମଇଜର ବିଭିନ୍ନ ପ୍ରତିଯୋଗିତାରେ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ |

Leave A Reply

Your email address will not be published.