୫୦ତମ ଜି୭ ସମ୍ମିଳନୀରେ ଯୋଗ ଦେବାକୁ ଇଟାଲୀରେ ମୋଦୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁଇ ଦିନିଆ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନପେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ବିଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଅଧିବେଶନରେ ଯୋଗଦେବା ପାଇଁ ଇଟାଲୀର ଆପୁଲିଆରେ ପହଞ୍ଚି ଶୁକ୍ରବାର (ଆଜି) ଏହି କାର୍ଯ୍ୟକ୍ରମରେ ଅନେକ ନେତାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।

ରେକର୍ଡ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଦେଶିକ ଯାତ୍ରା।  ଗୁରୁବାର ରାତିରେ ଇଟାଲୀ ଗସ୍ତ କରିଥିବା ବେଳେ ଆଜି ଅନୁଷ୍ଠିତ ହେବାକୁ ଥିବା ଜି-7 ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ ରକ୍ଷା କରି ଯୋଗ ଦେବେ ମୋଦି । ବିଶ୍ବ ନେତାଙ୍କ ସହ ସମ୍ମିଳନୀରେ ଦ୍ବିପାକ୍ଷିକ ଆଲୋଚନା ହେବ । ଆଜିଠାରୁ ଇଟାଲୀରେ ଆରମ୍ଭ ହେବ ଜି 7 ଶିଖର ସମ୍ମିଳନୀ । G7 ଆମେରିକା, ଜାପାନ, କାନାଡା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ବ୍ରିଟେନକୁ ନେଇ ଗଠିତ । ଏହି ଦେଶ ମୁଖ୍ୟ ସମ୍ମିଳନୀରେ ସାମିଲ ହେବେ ।

ବିଭିନ୍ନ ପ୍ରସଙ୍ଗ ଉପରେ ବୈଠରେ ଆଲୋଚନା ହେବ । ଆୟୋଜକ ଦେଶ G7ରେ ସାମିଲ ନଥିବା ଦେଶମାନଙ୍କୁ ଅଧିବେଶନରେ ଯୋଗଦେବାକୁ ଅତିଥି ଭାବରେ ନିମନ୍ତ୍ରଣ କରିଥାଏ । ଚଳିତ ବର୍ଷ ଇଟାଲୀ ଭାରତ ସମେତ ୟୁକ୍ରେନ, ବ୍ରାଜିଲ, ଆର୍ଜେଣ୍ଟିନା, ତୁର୍କୀ, ୟୁଏଇ, କେନିଆ, ଆଲଜେରିଆ, ଟ୍ୟୁନିସିଆ ଏବଂ ମାରୁଟାନିଆର ନେତାମାନଙ୍କୁ ନିମନ୍ତ୍ରଣ ପଠାଇଥିଲା । ଗତକାଲି ଠାରୁ ଇଟାଲୀରେ ସମସ୍ତ ନିମନ୍ତ୍ରୀତ ଅତିଥି ପହଞ୍ଚିଛନ୍ତି ।

Leave A Reply

Your email address will not be published.