କଂଗ୍ରେସକୁ ମିଳିଲା ଆଉ ଏକ ଝଟକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଦେଶରେ ସାଧାରଣ ନିର୍ବାଚନକୁ ଓହ୍ଲାଇବା ଲାଗି କଂଗ୍ରେସ ଚଳାଇଛି ପ୍ରସ୍ତୁତି । ହେଲେ ଏହାପୂର୍ବରୁ ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍‌କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ଆଜି ସକାଳେ ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

୨୦୧୪ରୁ ୨୦୧୯ ଯାଏଁ କେନ୍ଦ୍ରାପଡ଼ା ରାଜନଗରରୁ କଂଗ୍ରେସର ବିଧାୟକ ଥିଲେ। ତେବେ ସେ କାହିଁକି ଦଳ ଛାଡ଼ିଲେ ସେ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନି। ଅଂଶୁମାନ କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସର ଜଣେ ଟାଣୁଆ ଯୁବ ଚେହେରା ଥିଲେ। ଅଂଶୁମାନ କଂଗ୍ରେସ ଛାଡ଼ିବା ପରେ କେଉଁ ଦଳକୁ ଯିବେ ତାହା ଜଣାପଡ଼ିନାହିଁ। ଖବର ଅନୁଯାୟୀ, କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ୨୦୧୪ରୁ ୨୦୧୯ ଯାଏ ରାଜନଗରର ବିଧାୟକ ଥିଲେ । ଏପିରିକି ନିକଟରେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରାରେ ସକ୍ରିୟ ଭୂମିକା ନେଇଥିଲେ । କୁତ୍ରା, ବଡ଼ଗାଁ, ରାଉରକେଲା ଯାତ୍ରାରେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ।

ଏବେ କଂଗ୍ରେସ ସହିତ ଦୀର୍ଘ ଦିନ ଧରି ଥିବା ସଂପର୍କକୁ କାଟିଛନ୍ତି ଅଂଶୁମାନ ମହାନ୍ତି । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ।ଗତ ଦୁଇ ଦିନ ତଳେ ବରଗଡ଼ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ଦଳ ଛାଡ଼ିଥିଲେ। ନିହାର ମହାନନ୍ଦ ପରେ ଅଂଶୁମାନ କଂଗ୍ରେସ ଛାଡ଼ିଛନ୍ତି। ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ପୂର୍ବତନ ବିଧାୟକ ମାନେ କଂଗ୍ରେସ ହାତ ଛାଡ଼ିବା ଦଳ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.