ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଲୋକସଭା ଓ କୋରାପୁଟ ଜିଲ୍ଲାର ୨ ଗୋଟି ବିଧାନସଭା ଆସନ ପାଇଁ ଆଜି କଂଗ୍ରେସ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି। ଆସନ୍ତା ମେ ମାସ ୧୩ ତାରିଖରେ ଭୋଟ ଗ୍ରହଣ କରାଯିବ। ଏଥି ପାଇଁ ଗତକାଲି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପ୍ରିଲ ମାସ ୨୫ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆଜି କୋରାପୁଟ ଲୋକସଭା ଆସନ ପାଇଁ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ କାର୍ଯ୍ୟାଳୟରେ କଂଗ୍ରେସ ଦଳ ପକ୍ଷରୁ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରୀ ଶଙ୍କର ଉଲ୍ଲାକା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବରଙ୍କ କାର୍ଯ୍ୟାଳୟରେ କୋରାପୁଟ କଂଗ୍ରେସ ବିଧାନସଭା ପ୍ରାର୍ଥୀ କୃଷ୍ଣ କୁଲଦୀପ ଆଜି ଦ୍ଵିତୀୟ ଦିନରେ ଦୁଇଟି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିଭଳି କୋରାପୁଟ ଅତିରିକ୍ତ ଉପଜିଲ୍ଲାପାଳ ସଂଯୁକ୍ତା ବା ଙ୍କ କାର୍ଯ୍ୟାଳୟରେ ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ତରଫରୁ ରାମଚନ୍ଦ୍ର କାଡ଼ାମ୍ ଦୁଇ ଗୋଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଳାପାଳ ଓ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ବେରୀକେଟ ନିର୍ମାଣ କରାଯାଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜିର ନାମାଙ୍କନ ପତ୍ର ଦାଖଲ ବେଳେ ଓଡ଼ିଶା କଂଗ୍ରେସ ପକ୍ଷରୁ ସାଂସଦ ପାର୍ଥୀ ସପ୍ତଗିରୀ ଶଙ୍କର ଉଲ୍ଲକା ଙ୍କ ସହ ତାଙ୍କର ପରିବାର, ଏ ଆଇ ସି ସି ତରଫରୁ ଶାହା ନବାବ ଚୌଧୁରୀ, ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜୟପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି, ଜିଲ୍ଲା କଂଗ୍ରେସ ସଭାପତି ଙ୍କ ସମେତ ବାବୁଲା ବେନିଆ, ଜଗଦୀଶ ଖୋସଲା ପ୍ରମୁଖ ଯୋଗ ଦେଇଥିଲେ। କୋରାପୁଟ ସ୍ଥାନୀୟ ମାଉସୀମା ମନ୍ଦିର ଠାରୁ ଏକ ବିଶାଳ ପଦଯାତ୍ରାରେ ପଟୁଆର ସହ ପଦଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ଏହି ପଦଯାତ୍ରା ରେ କଂଗ୍ରେସ ଦଳର ହଜାର ସଂଖ୍ୟାରେ ସମର୍ଥକ ମାନେ ଯୋଗ ଦେଇଥିଲେ।