ହାତୀ ସମସ୍ୟା ପାଇଁ ରାସ୍ତା ଅବରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାତୀ ସମସ୍ୟା ପାଇଁ ରାସ୍ତା ଅବରୋଧ | ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଦେଖାଦେଉଛି. ଲୋକ ଧନ ଜୀବନ ହରାଉଛନ୍ତି. ପ୍ରଶାସନ ହାତୀ ଘୋଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ |

କିନ୍ତୁ ବିଫଳ ହେବା ଛଡ଼ା ସ୍ଥାୟୀ ସମାଧାନ ମିଳୁ ନଥିବାରୁ ଆଜି ସକାଳୁ ଚିତ୍ରଡା, ଗାଁ ଅମରଦା ରାସ୍ତା ର କାକବନ୍ଧ ଛକ ନିକଟରେ ତିନି ପଞ୍ଚାୟତ ବାସିନ୍ଦା ଯଥା, ଝାଟିଅଡା, ଅମରଦା ଓ ଗଡିଘାଟି ପଞ୍ଚାୟତ ବାସି ଏକତ୍ରିତ ହୋଇ ରାସ୍ତା ରୋକ କରିଥିଲେ | ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କରେଇ, ରାସଗୋବିନ୍ଦପୁର ତହସିଲଦାର ଓ ବନବିଭାଗ ଅଧିକାରୀ ଉପସ୍ଥିତ ହୋଇ ଲୋକଙ୍କୁ ବୁଝାସୁଝା କରିଥିଲେ |

ତେବେ ବନବିଭାଗ ଅଧିକାରୀ ୩ଗୋଟି ସମସ୍ୟା ର ସମାଧାନ ପାଇଁ ପ୍ରତିଶୃତି ଦେବାପରେ ଲୋକମାନେ ରାସ୍ତା ରୋକ ଆନ୍ଦୋଳନ ରୁ ଓହରି ଥିଲେ | ତେବେ ଦେଖିବାକୁ ରହିଲା ଏଥର ହାତୀ ଉପଦ୍ରବ ର ସ୍ଥାୟୀ ସମାଧାନ କ୍ଷେତ୍ରରେ ପ୍ରଶାସନ ପ୍ରତିଶ୍ରୁତି ରଖୁଛନ୍ତି କି ନାହିଁ |

Leave A Reply

Your email address will not be published.