କାଲି ଦିଲ୍ଲୀରେ ଓଡ଼ିଶା କଂଗ୍ରେସ ପାଇଁ ବୈଠକ

0

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ।ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ।ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ। ଅଜୟ ଲଲୁ ଓ ରାମଚନ୍ଦ୍ର କାଡ଼ାମ ମଧ୍ୟ ସାମିଲ ହେବେ।ସଙ୍ଗଠନ ସୃଜନର ୩୫ ଜଣ ସଦସ୍ୟ ମଧ୍ୟ ସାମିଲ୍ ହେବେ।ଦିଲ୍ଲୀରୁ ଆସିଲା ପରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ ହେବ।

ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ।ଏହି ବୈଠକ ପରେ ଜିଲ୍ଲା ସଭାପତି ବାଛିବା ପାଇଁ ଖୁବ୍ ଶୀଘ୍ର ସେମାନେ ଓଡ଼ିଶା ଆସିବେ। ସଙ୍ଗଠନରେ ଆଉ ରହିବନି ସୁପାରିସ୍। ଦିଲ୍ଲୀରୁ ଦଳୀୟ ନେତା ଆସି ଓଡ଼ିଶାରେ ଜିଲ୍ଲା ସଭାପତି ମନୋନୟନ କରିବେ ବୋଲି ଜଣାଯାଇଛି।

Leave A Reply

Your email address will not be published.