ଲୋକସଭାରୁ ବିଦା ହେଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହଙ୍ଗା ପଡ଼ିଲା ବିଶୃଙ୍ଖଳା । ଆପ୍ ସାଂସଦ ସଂଜୟ ସିଂ ଓ ଟିଏମସି ସାଂସଦ ଡାରେକ ଓ ବ୍ରାଏନଙ୍କ ପରେ ଆଜି ଲୋକସଭାରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀଦଳ ନେତା ଅଧୀର ରଂଜନ ଚୌଧୁରୀ । ଆଜି ମଣିପୁର ପ୍ରସଙ୍ଗରେ ଲୋକସଭାରେ ସେ ରଖିଥିବା ବିବୃତି ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । କହିରଖୁ କି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଗୁରୁବାର ଦିନ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ଏହାସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାବଦରେ କିଛି ବିବାଦୀୟ ଟିପ୍ପଣୀ ଦେଇଥିଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଳାତକ ବ୍ୟବସାୟୀ ନୀରବ ମୋଦୀଙ୍କ ସହ ତୁଳନା କରିଥିଲେ । ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ତାଙ୍କୁ ନିଲମ୍ବନ କରାଯିବା ନେଇ ଏକ ଆବେଦନ ସ୍ୱାଧୀକାର କମିଟି ପାଖକୁ ପଠାଯାଇଛି ।

Leave A Reply

Your email address will not be published.