ହାଥରସ ପୀଡ଼ିତଙ୍କୁ ଭେଟି ସମବେଦନା ଦେଲେ କଂଗ୍ରେର୍ସ ସାଂସଦ ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତର ପ୍ରଦେଶର ହାଥରସ ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ଯେଉଁଠି ଦେଖିଲେ, ସେଇଠି ଶବ ପଡ଼ିଛି। ସତସଙ୍ଗରେ ଯୋଗଦେବାକୁ ଯାଇ ଜୀବନ ଏପରି ଅଣନିଶ୍ୱାସୀ ହୋଇ ଚାଲିଯିବ, କେବେ କେହି ଭାବି ନଥିବେ।  ଏହି ଘଟଣାରେ ପୁଲିସ୍‌ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରି ସାରିଲାଣି। ଗିରଫ ହୋଇଥିବା ସମସ୍ତ ସଦସ୍ୟ ସତ୍‌ସଙ୍ଗରେ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ।

ଏହି ଦୁଃଖଦ ସମୟରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି। ରାହୁଲ ଗାନ୍ଧି ହାଥରସ ଓ ଆଲିଗଡ଼ ଗସ୍ତ କରି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏଥିସହ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ସେ ଏହି ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ପୀଡିତଙ୍କ ପରିବାରକୁ ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଏହା ଏକ ରାଜନୈତିକ ଦୃଷ୍ଟିକୋଣରୁ ଦେଖୁନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସର୍ବାଧିକ କ୍ଷତିପୂରଣ ଦିଆଯିବା ଉଚିତ।

ସେମାନେ ଗରିବ ପରିବାରର ଅଟନ୍ତି ଓ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ଭାବେ କ୍ଷତିପୂରଣ ପ୍ରଦାନ କରିବାକୁ ଅନୁରୋଧ କରୁଛି। ବୁଧବାର ଦିନ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଅଜୟ କୁମାରଙ୍କ ପରିବାରକୁ ଦିଆଯାଇଥିବା ୯୮ ଲକ୍ଷ ଟଙ୍କା କ୍ଷତିପୂରଣ ବିଷୟରେ ମିଥ୍ୟା କହିଥିବା ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.