ଭୁଶୁଡ଼ିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବ୍ରିଜ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିହାରରେ ଗୋଟିଏ ପରେ ଗୋଟିଏ ବ୍ରିଜ୍‌ ଭୁଶୁଡ଼ିବାରେ ଲାଗିଛି। କେଉଁଠି ଅର୍ଦ୍ଧନିର୍ମିତ ବ୍ରିଜ ଭୁଶୁଡ଼ୁଛି ତ ଆଉ କେଉଁଠି ଉଦଘାଟନ ପୂର୍ବରୁ ବ୍ରିଜ ଭାଙ୍ଗି ପଡ଼ୁଛି। ଗତ ୧୭ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୨ଟି ବ୍ରିଜ୍‌ ଭୁଶୁଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଛି |  ଆଜି ପୁଣି ଏକ ପୋଲ ଭୁଶୁଡ଼ି ପଡ଼ିଛି। ଗଣ୍ଡକୀ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପୋଲ ସାରଣରୁ ପଡ଼ୋଶୀ ସିୱାନକୁ ଯୋଗାଯୋଗ କରୁଥିଲା। ମାତ୍ର ୧୫ ବର୍ଷ ତଳେ ଏହି ପୋଲ ନିର୍ମାଣ ଶେ‌ଷ ହୋଇଥିଲା ଏବଂ ଆଜି ଏହା ଭୁଶୁଡ଼ି ପଡ଼ିଛି।

ସାରଣରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଟି ପୋଲ ଭୁଶୁଡ଼ିଲାଣି। ତେବେ ଏଥିଯୋଗୁଁ କେହି ମୃତାହତ ହୋଇନାହାନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ରାଜ୍ୟରେ ସମସ୍ତ ପୁରୁଣା ପୋଲ୍‌ଗୁଡ଼ିକୁ ଭଲଭାବେ ଯାଞ୍ଚ କରି ଜରୁରୀ ଭିତ୍ତିରେ ଆବଶ୍ୟକ ସ୍ଥଳେ ମରାମତି କରିବାପାଇଁ ନିର୍ଦ୍ଦେଶ ଦେଇଥ‌ିଲେ। ସାରଣ ବାଦ୍‌ ପୂର୍ବ ଚମ୍ପାରଣ, ଆରାରିଆ, ମଧୁବନି, କିଶନଗଞ୍ଜ, ଏବଂ ସିୱାନ ଜିଲ୍ଲାରେ ଗତ ୧୭ ଦିନ ମଧ୍ୟରେ ୧୨ଟି ପୋଲ ଭୁଶୁଡ଼ି ପଡ଼ିବାପରେ ବିରୋଧୀ ଦଳ ନେତାମାନେ ସରକାରଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛନ୍ତି। ସାରନାରେ ଏହାକୁ ମିଶାଇ ତୃତୀୟ ବ୍ରିଜ ଭୁଶୁଡ଼ି ପଡ଼ିଛି।

ବୁଧବାର ଗଣ୍ଡକି ନଦୀ ଉପରେ ୧ କିମି ଦୂରତା ମଧ୍ୟରେ ଥିବା ୨ଟି ବ୍ରିଜ ୨ ଘଣ୍ଟା ବ୍ୟବଧାନରେ ଭୁଶୁଡ଼ି ପଡ଼ିଥିଲା। ଗୋଟିଏ ବ୍ରିଜ ୨୦୦୪ରେ ନିର୍ମାଣ ହୋଇଥିବା ବେଳେ ଅନ୍ୟଟି ବ୍ରିଟିଶ ଅମଳର ଥିଲା। ବିହାରରେ ବାରମ୍ବାର ବ୍ରିଜ ଭୁଶୁଡ଼ୁଥିବାରୁ ଦିନକ ତଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ପୁରୁଣା ପୋଲର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କ୍ଷତିଗ୍ରସ୍ତ ବ୍ରିଜଗୁଡ଼ିକର ତୁରନ୍ତ ମରାମତି ହେବ ବୋଲି କହିଥିଲେ। ହେଲେ ଦିନକ ପରେ ସାରନରେ ଗୋଟିଏ ବ୍ରିଜ ଭୁଶୁଡ଼ିଛି।

Leave A Reply

Your email address will not be published.