ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୪୩ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କଲା କଂଗ୍ରେସ । ଏଥିଲେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଲକ୍ଷ୍ମଣ ସାବଦୀଙ୍କୁ ଆଠାନି ଆସନରୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ କୋଲାର ଆସନରୁ କୋଥୁରଜୀ ମଞ୍ଜୁନାଥଙ୍କୁ ଟିକେଟ ଦିଆଯାଇଛି। ଏହାପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦୁଇଟି ପର୍ଯ୍ୟାୟରେ ତାଲିକା ପ୍ରକାଶ କରିଥିଲା । ମାର୍ଚ୍ଚ ୨୫ରେ କଂଗ୍ରେସ ୧୨୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ସେହିପରି ୪୨ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ୬ ଏପ୍ରିଲରେ ପ୍ରକାଶ ପାଇଥିଲା | ତୃତୀୟ ତାଲିକା ଅନୁଯାୟୀ ଶ୍ରୀନିବାସ କରିଆନାଙ୍କୁ ଶିମୋଗା ଗ୍ରାମୀଣ ଆସନରୁ ଏବଂ ଶିମୋଗା ଆସନରୁ ଏଚ୍.ସି ଯୋଗେଶଙ୍କୁ ପ୍ରାର୍ଥୀ କରାଯାଇଛି। ବେଲାରୀରୁ ଦଳ ନାରା ଭାରତ ରେଡ୍ଡୀଙ୍କୁ ଟିକେଟ ଦେଇଛି। ଦଳ ଚିକ୍କାବାଲାପୁର ଆସନରୁ ପ୍ରଦୀପ ଇଶ୍ୱର, ବାଙ୍ଗାଲୋର ଦକ୍ଷିଣରୁ ଆର.କେ ରମେଶ, ହାସନ ଆସନରୁ ବନବାସୀ ରଙ୍ଗସ୍ୱାମୀ ଏବଂ ଚାମରାଜା ଆସନରୁ କେ ହରିଶ ଗୌଡାଙ୍କୁ ପ୍ରାର୍ଥୀ କରାଯାଇଛି। ପିସିସି ସଭାପତି ଡି.କେ ଶିବକୁମାର କନକାପୁରାରୁ ଏବଂ ସିଦ୍ଧରମେୟା ବରୁଣା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ସିଦ୍ଧରମେୟା କୋଲାର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯେଉଁଠାରୁ ଦଳ ବର୍ତ୍ତମାନ କୋଥୁରଜୀ ମଞ୍ଜୁନାଥଙ୍କୁ ଟିକେଟ ଦେଇଛି | ଉଲ୍ଲେଖ ଥାଉ କି ମଙ୍ଗଳବାର ଦିନ ବିଜେପି ୧୮୯ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ଅନ୍ୟପକ୍ଷରେ, ଏପ୍ରିଲ ୧୨ ରେ ବିଜେପି ୨୩ ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଥିଲା ।
କହିରଖେ କି, ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ୧୮୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତାଙ୍କ ପାରମ୍ପରିକ ଶିଗାଓଁ ଆସନରୁ ନିର୍ବାଚନ ଲଢ଼ିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ତାଙ୍କ ପିତାଙ୍କ ଶିକାରୀପୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ତାଙ୍କ ପାରମ୍ପରିକ ଚିକମାଗାଲୁର ଆସନରୁ ପ୍ରାର୍ଥୀ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂହ ଏଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୨ ଜଣ ନୂଆ ପ୍ରାର୍ଥୀ ଥିବା ବେଳେ ୩୨ ଜଣ ଓବିସି ବର୍ଗରୁ ଓ ୩୦ ଜଣ ଅନୁସୂଚିତ ଜାତି ବର୍ଗରୁ ରହିଥିବା ସୂଚନା ମିଳିଛି। ସେହିପରି ଏମାନଙ୍କ ମଧ୍ୟରେ ୯ ଜଣ ଡାକ୍ତର, ୫ ଜଣ ଆଇନଜୀବୀ ଓ ୨ ଜଣ ଅବସରପ୍ରାପ୍ତ ପ୍ରଶାସକ ରହିଛନ୍ତି। ଏହି ତାଲିକାରେ ୮ ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ଅନେକ ବିଧାୟକଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ନେତାଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀ ତାଲିକା ନେଇ ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ସୂଚନା ଦେଇଛନ୍ତି। ଖୁବ୍ଶୀଘ୍ର ଦ୍ୱିତୀୟ ପର୍ଯ୍ୟୟ ତାଲିକା ପ୍ରକାଶ ପାଇବ। ବିଜେପି ନିର୍ବାଚନ କମିଟି ଦିଲ୍ଲୀ ଠାରେ ବସି ଏହି ନିଷ୍ପତ୍ତି ନେଇଛି। ଏଠାରେ ମୋଟ ୨୨୪ ବିଧାନସଭା ସିଟ୍ ରହିଛି। ମୁଖ୍ୟମନ୍ତ୍ରୀ ବାସବରାଜ ପୂର୍ବାବତ୍ ବୋମାଇ ଶିଗଗାଓଁରୁ ପ୍ରାର୍ଥୀ ହେବେ। ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଶିକାରୀପୁରାରୁ ଲଢ଼ିବେ। ୟେଦୁରପ୍ପା ଏଠାରୁ ୧୯୮୩ ପରଠାରୁ ୭ ଥର ଜିତିଛନ୍ତି।