କଂଗ୍ରେସର ୩ ବିଧାୟକ ନିଲମ୍ବିତ

0

ଓଡ଼ିଆ ନ୍ୟୁଜ୍: କଂଗ୍ରେସର ୩ ବିଧାୟକ ନିଲମ୍ବିତ।ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ, ଦାଶରଥୀ ଗମାଙ୍ଗ ନିଲମ୍ବିତ।ଦଳର ହ୍ବିପ୍‌ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ।ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଲମ୍ବନ ନିଷ୍ପତ୍ତି।କାଲି ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିଲେ।ଦଳରୁ ବହିଷ୍କାର ପାଇଁ AICCର ଅନୁମତି ଲୋଡ଼ିଲା କଂଗ୍ରେସ।କଟକ ନଗର ସଭାନେତ୍ରୀ ଗିରିବାଳା ବେହେରା ବହିଷ୍କୃତ।ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ।ଗିରିବାଳାଙ୍କୁ କଟକର ମେୟର ପ୍ରାର୍ଥୀ କରିଥିଲା କଂଗ୍ରେସ।

ସେହିଭଳି କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ବହିଷ୍କାର କଲା କଂଗ୍ରେସ । ଗିରିବାଳାଙ୍କୁ ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କଲା କଂଗ୍ରେସ। ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ କି ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିଥିଲେ । ଗିରିବାଳାଙ୍କୁ ଗତ ପୌର ନିର୍ବାଚନର ମେୟର ପ୍ରାର୍ଥୀ କରିଥିଲା କଂଗ୍ରେସ ।

ଗତକାଲି ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଏହି ତିନିଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ଯାହା ଦଳର ନୀତି ଏବଂ ନିର୍ଦ୍ଦେଶର ବିରୁଦ୍ଧରେ ଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଦେଶ କଂଗ୍ରେସ କମିଟି ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଦଳର ଅନୁଶାସନ ଏବଂ ନୀତିକୁ କେହି ଭଙ୍ଗ କଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିଷ୍ପତ୍ତି ଦ୍ୱାରା କଂଗ୍ରେସ ଦଳରେ ଅନୁଶାସନ ଏବଂ ଏକତା ବଜାୟ ରଖିବାକୁ ଚାହୁଁଛି।

Leave A Reply

Your email address will not be published.