ମଣିପୁର ହିଂସା ଓ ଅଶାନ୍ତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ମଣିପୁର ହିଂସା ଓ ଅଶାନ୍ତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ। ମଣିପୁରର ରାଜରାସ୍ତାରେ ଛାତ୍ରମାନଙ୍କ ଦ୍ୱାରା ହିଂସା ଏବଂ ବିରୋଧ ପ୍ରଦର୍ଶନ ଜାରି ରହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ଦଳ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଉଛି ଯେ ସେ ଗତ ମାସରେ ସଂସଦରେ ଦାବି କରିଥିଲେ ଯେ ଖୁବ୍ ଶୀଘ୍ର ରାଜ୍ୟକୁ ଶାନ୍ତି ଫେରିବ। ଖଡଗେ କହିଛନ୍ତି, 147 ଦିନ ଧରି ମଣିପୁରର ଲୋକମାନେ କଷ୍ଟ ଭୋଗୁଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ମଣିପୁର ଗସ୍ତ ପାଇଁ ସମୟ ନାହିଁ। ଏହି ହିଂସାକାଣ୍ଡରେ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍ କରାଯିବାର ବୀଭତ୍ସ ଚିତ୍ର ପୁଣି ଥରେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ସୁନ୍ଦର ରାଜ୍ୟ ମଣିପୁର ଏବେ ରଣକ୍ଷେତ୍ରରେ ପରିଣତ ହୋଇଛି, ସବୁକିଛି ବିଜେପି ପାଇଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରରେ ବିଜେପିର ଅପାରଗ ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାର ସମୟ ଆସିଛି।

ଦଳର ମୁଖପାତ୍ର ତଥା ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ ନିକଟରେ ଦୁଇ ଜଣ ଛାତ୍ରଙ୍କ ହତ୍ୟା ଏବଂ ରାସ୍ତାରେ ବିକ୍ଷୋଭ କରୁଥିବା ପିଲାଙ୍କ ଉପରେ ପୁଲିସର ଅତ୍ୟାଚାର ନିନ୍ଦନୀୟ, ମଣିପୁରର ଯୁବକମାନଙ୍କ ବିରୋଧରେ ହୋଇଥିବା ଆକ୍ରମଣକୁ କଂଗ୍ରେସ ନିନ୍ଦା କରିଛି। ସରକାର ଛାତ୍ରଛାତ୍ରୀଙ୍କୁ ବଞ୍ଚାଇ ପାରିଲେ ନାହିଁ, କିନ୍ତୁ ଭୟ ଓ ଆତଙ୍କରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.