ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି: କମିଲା ଗ୍ୟାସ ଦର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଗଷ୍ଟ ମାସ ପହିଲାରୁ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । କମର୍ସିଆଲ ଏଲପିଜି ଗ୍ୟାସ ଦର କମିଛି । କମର୍ସିଆଲ ଗ୍ୟାସ ଦରରେ ୯୯.୭୫ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ୍ ୧୬୮୦ ଟଙ୍କା ହୋଇଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି । ନୂଆଦିଲ୍ଲୀରେ କମରସିଆଲ ସିଲିଣ୍ଡରର ମୂଲ୍ୟ ୧୬୮୦ ଟଙ୍କା ହୋଇଥିବାବେଳେ କୋଲକାତାରେ ଏଲପିଜି ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୩ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ୧୮୦୨.୫୦ ଟଙ୍କାରେ ଏହା ଉପଲବ୍ଧ ହେବ ।

ମୁମ୍ବାଇରେ ଏହି ସିଲିଣ୍ଡର ବର୍ତ୍ତମାନ ୧୬୪୦.୫୦ ଟଙ୍କାରେ ବିକ୍ରି ହେବ, ଯାହା ଜୁଲାଇ ମାସରେ ୧୭୩୩.୫୦ ଟଙ୍କାରେ ବିକ୍ରି ହେଉଥିଲା । ଏଥି ସହିତ ଚେନ୍ନାଇରେ ଏଲପିଜି ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୮୫୨.୫୦ ଟଙ୍କାରେ ଉପଲବ୍ଧ ହୋଇଥିବାବେଳେ ଜୁଲାଇ ମାସରେ ଏହାର ମୂଲ୍ୟ ୧୯୪୫ ଟଙ୍କା ଥିଲା । ଉଲ୍ଲେଖ ଥାଉ କି ମାର୍ଚ୍ଚରୁ ଘରୋଇ ଗ୍ୟାସର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Leave A Reply

Your email address will not be published.