ବିବାଦୀୟ ଆଇଏଏସ ଅଧିକାରୀଙ୍କ ଅଡିର କଟିଛି ୨୧ ଚାଲାଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): IAS ଅଫିସର ପୂଜା ଖେଡକର କିଛି ଦିନ ହେବ ହେଡଲାଇନରେ ରହି ଆସିଛନ୍ତି। ତାଙ୍କ କାର୍ଯ୍ୟ ଦକ୍ଷତା କିମ୍ବା ଜୁଗାନ୍ତକାରୀ ପଦକ୍ଷେପ ପାଇଁ ନୁହେଁ, ବରଂ ପଦ ପଦବୀର ଦୂରୁପୋଯୋଗ ଏବଂ ଟ୍ରେନି(ପ୍ରଶିକ୍ଷାର୍ଥୀ) ଅବଧିରେ ଥିବାବେଳେ ଭିଆଇପି ଷ୍ଟାଟସ୍ ମାଗି ଚର୍ଚ୍ଚାରେ ଅଛନ୍ତି।ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଏସବୁ ଚାଲାଣ କଟାଯାଇଛି, ହେଲେ ସେ କୌଣସି ଚାଲାଣର ଜରିମାନା ଅର୍ଥ ପଇଠ କରି ନ ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି।

ନିଜ ଅଡି କାରରେ ନାଲିବତୀ ଲଗାଇଥିବା ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଥିବା ପୂଜା ଖେଡକର ଅନ୍ୟ ଜଣେ ସହକର୍ମୀଙ୍କ କାର୍ଯ୍ୟାଳୟ କୋଠରି ମାଡ଼ି ବସିଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ପୂଜାଙ୍କର ଗୋଟିଏ ପରେ ଗୋଟିଏ​‌ ବେଆଇନ କାର୍ଯ୍ୟକଳାପ ସାମ୍ନାକୁ ଆସିବାରେ ଲାଗିଛି। କୋଟିପତି ପରିବାରର ହୋଇ ବି ସେ ଓବିସି(ଅନ୍ୟାନ୍ୟ ପଛୁଆ ବର୍ଗ) କୋଟା ଏବଂ ଦୃଷ୍ଟିବାଧିତଙ୍କ ପାଇଁ ରହିଥିବା କୋଟାରେ ଆଇଏଏସ ଚାକିରି ପାଇଛନ୍ତି।

ତେବେ ଦ୍ରୁତଗତିରେ ଗାଡ଼ି ଚାଳନା କରିବା, ଟ୍ରାଫିକ ସିଗନାଲ ନ ମାନିବା, ପୁଲିସ ଗାଡ଼ି ଅଟକାଇବା ସତ୍ବେ ନ ରହିବା ଭଳି ଅଭିଯୋଗରେ ଉକ୍ତ ଗାଡ଼ି ନାମରେ ଚାଲାଣ କଟିଛି। ଅନ୍ୟପଟେ ଉକ୍ତ ଅଡି କାରକୁ ଏହି ଅଧିକାରୀ ଜଣକ ବ୍ୟବହାର କରୁଥିବାବେଳେ ଗାଡ଼ିଟି ଥର୍ମୋଭେରିଟା ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.