ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଟକୁରା ରେ ବଢୁଛି ଚୋର ଙ୍କ ପଦ୍ରୁଭାବ. ରାତି ଦିନ ମାତୁଛନ୍ତି ଲୁଟେରା | ଏକାବେଳକେ ଭିନ ଭିନ ଘରୁ ଲୁଟ ହୋଇଥିବା ଥାନା ରେ ଅଭିଯୋଗ | କୁଦାନଗରୀ ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଜୟତଳଙ୍ଗ ଗ୍ରାମର ରାଜଲକ୍ଷ୍ମୀ ମାହାନ୍ତି ନିଜ ସମ୍ପର୍କୀୟ ଙ୍କ ଘରକୁ ଯାଇଥିବା ବେଳେ ଦିନ ଦ୍ବିପ୍ରହରରେ ଘର ପଛ ପଟ ଝରକା କାନ୍ଥ ଭାଙ୍ଗି ଆଲମାରୀ ରୁ କୋଡିଏ ଲକ୍ଷ୍ୟ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା |
ବାର ହଳ କାନଫୁଲ, ନେକ୍ଳେଶ, ହାର, ମୁଦି,ଚେନ ଆଦି ସୁନା ଅଳଙ୍କାର ଆଦି ଚୋରି କରି ନେବା ସହ ଆଲମାରୀ ରେ ଥିବା ଚାଳିଶି ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା | ରାଜଲକ୍ଷ୍ମୀ ଘରକୁ ଫେରିବା ବେଳକୁ ଲୁଟେରା ମାନେ ଘରେ କଳାକନା ବୁଲାଇ ସାରିଥିଲେ | ଏନେଇ ସେ କୁଦାନଗରୀ ଥାନା ରେ ସେ ଅଭିଯୋଗ କରିଛନ୍ତି |
ସେହି ପରି ପାଟକୁରା ଥାନା ଅନ୍ତର୍ଗତ ଶ୍ରୀଚନ୍ଦନ ପୁର ର ଉମାକାନ୍ତ ସାହୁ ଙ୍କ ଘରେ ବିଳମ୍ବିତ ରାତି ଘର ପଛ ପଟରୁ ଚୋର ମାନେ ପଶି ଦୁଇଟି ଟ୍ରଙ୍କ ଓ ସେଥିରେ ଥିବା ଚାଳିଶି ହଜାର ଟଙ୍କା ନେଇଯାଉଥିବା ବେଳେ ସାହୁ ଚୋର ମାନଙ୍କୁ ଦେଖି ଦେବାରୁ ଦୁର୍ବୁତ୍ତ ମାନେ ଉମାକାନ୍ତ ସାହୁ ଙ୍କୁ ଠେଙ୍ଗା ରେ ଆକ୍ରମଣ କରି ଘରୁ ଟଙ୍କା ଓ ଆସବାବ ପତ୍ର ଲୁଟି ନେଇଥିଲେ | ତାଙ୍କ ମା ଙ୍କ ଅପରେସନ ପାଈଁ ରଖିଥିବା ସଂଚୟ ଟଙ୍କା ଲୁଟେରା ମାନେ ଲୁଟି ନେଇଥିଲେ |ପାଟକୁରା ଥାନା ର ଏନେଇ ଉମାକାନ୍ତ ସାହୁ ଅଭିଯୋଗ କରିଛନ୍ତି | ପୋଲିସ ଙ୍କ ପେଟ୍ରୋଲିଙ୍ଗ ଅଭାବ ରୁ ପାଟକୁରା ଅଞ୍ଚଳର ଚୋରଙ୍କ ଉତ୍ପାତ ବଢୁଥିବା ଦେଖିବାକୁ ମିଳିଛି |