ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲେପ୍ରାସୋସାଇଟି ଏବଂ ଗୋରୁମହିଷାଣୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମିଳିତ ସହଯୋଗ ରେ ବଡ଼ଗାଁ, ସ୍କୁଲ ପରିସରରେ 15ଜଣ ଫାଇଲେରିଆ(ଗୋଦର ଗୋଡ ) ରେ ଆକ୍ରାନ୍ତ ଭିନ୍ନ କ୍ଷମ ବ୍ୟକ୍ତି ଙ୍କୁ ନେଇ ଏକ ସୋଯତ୍ନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଇ ଶିବିରରେ ଗୋଦର ଗୋଡ଼ର କିପରି ସ୍ୱଯତ୍ନ କରିବେ ସେଇ ବିଷୟରେ ଗୋରୁମାହିସାଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛବିରାଣୀ ନାୟକ, ଡାକ୍ତର ସୁକାନ୍ତ କୁମାର ସାହୁ, ନଦୀଶ୍ଵର ମହାନ୍ତ, ଲିଟା ବାସ୍କେ, ଫାଇଲେରିଆ ରୋଗର ନିରାକରଣ, ଏବଂ ସ୍ୱ ଯତ୍ନ ବିଷୟରେ ବୁଝାଇ କହିଥିଲେ |
ଉକ୍ତ କ୍ୟାମ୍ପ ରେ ରାଇରଙ୍ଗପୁର ବ୍ଲକ ଚେୟାରମ୍ୟାନ ଜ୍ଞାନରଞ୍ଜନ ହେମ୍ବ୍ରମ, ସୌନମାଝି,ଲେପ୍ରା ସୋସାଇଟି ର କର୍ମୀ, ସୁକୁମତୀ ହେମ୍ବ୍ରମ, ଆମ୍ବୁବତୀ ଦଳାଇ, ରବୀନ୍ଦ୍ର କୁମାର ଦାସ, ସ୍ୱ ଯତ୍ନ ବିଷୟରେ ଶିକ୍ଷା ଦେଇ ମାଗଣାରେ MCR ଚପଲ, କୀଟ୍ସ ବଣ୍ଟନ କରିଥିଲେ ଏବଂ ଆଶା କର୍ମୀ, ଅଙ୍ଗନୱାଡ଼ୀ, କର୍ମୀ ସ୍ୱଯତ୍ନ କରାଇ ଭିନ୍ନ କ୍ଷମ ବ୍ୟକ୍ତି ଙ୍କୁ ସ୍ୱଯତ୍ନ ଶିଖ୍ୟା ଦେବା ରେ ସହାୟତା କରିଥିଲେ | ଏଇ ସ୍ୱଯତ୍ନ ଶିବିରରେ MCR ଚପଲ, ସ୍ୱଯତ୍ନ କୀଟ, ମାଗଣା ରେ ବଣ୍ଟନ କରିବା ସହିତ ଲେପ୍ରା ସୋସାଇଟି ର କର୍ମୀ ଙ୍କ ଦ୍ୱାରା ଚପଲ ମାପ ନିୟା ଯାଇଥିଲା |
ଶେଷରେ ଲେପ୍ରl ସୋସାଇଟି ର ଡ଼କ୍ଟର ଇନ୍ଦ୍ରାଣୀ ଆଇଲା, ଏମ ଏନ ଇ, ଶ୍ରୀ ଦିଲ୍ଲୀପ କୁମାର ସେଠି, ଲେପ୍ରା ଦ୍ୱାରା ଚାଲୁଥିବା ଫାଇଲେରିଆ ଏବଂ କୁଷ୍ଠ ରୋଗ ଉପରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡିକ ଆଲୋଚନା କରିଥିଲେ | ଶେଷରେ ପ୍ରୋଜେକ୍ଟ ଆଶ୍ସୋସିଏଟ, ପ୍ରହଲ୍ଲାଦ ମଙ୍ଗରାଜ ଉପସ୍ଥିତ ରହି ଫାଇଲେରିଆ, ଲକ୍ଷଣ, କାରଣ ଚିକିତ୍ସା ଉପରେ ସଚେତନ କରାଇ ଭିନ୍ନ କ୍ଷମ ବ୍ୟକ୍ତି ମାନେ ନିଜ ଘରେ ରହି କିପରି ସ୍ୱଯତ୍ନ କରିପାରିବେ ବୁଝାଇ, ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସ୍ୱଯତ୍ନ ଶିବିରକୁ ସଫଳ ରୂପାୟନ କରିଥିଲେ l