ବେଙ୍ଗାଲୁରୁ(ଓଡ଼ିଆ ନ୍ୟୁଜ୍): କର୍ଣ୍ଣାଟକର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସି. ସିଦ୍ଧରମୈୟା୍ଙ୍କ ବିବାଦୀୟ ବୟାନ୍। ମୁଁ ଜଣେ ହିନ୍ଦୁ ଚାହିଁଲେ ଗୋ’ ମାଂସ ଖାଇପାରିବି । ଯାହାକୁ ନେଇ ଏବେ ଚାରିଆଡ ଚର୍ଚ୍ଚା ହୋରଧରିଛି । ତୁମାକୁରୁ ଜିଲ୍ଲାର ଏକ ସମାବେଶକୁ ସମ୍ବୋଧିତ କରି ସିଦ୍ଧରମୈୟା ଆରଏସଏସ ଲୋକଙ୍କ ମଧ୍ୟରେ ଧର୍ମକୁ ନେଇ ମତଭେଦ ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ‘ଗୋ’ମାଂସ ଖାଉଥିବା ବ୍ୟକ୍ତି କେବଳ ଗୋଟିଏ ସମ୍ପ୍ରଦାୟର ହୋଇପାରିବେ ନାହିଁ। ହିନ୍ଦୁମାନେ ଗୋ’ମାଂସ ମଧ୍ୟ ଖାଉଛନ୍ତି ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଗୋମାଂସ ଖାଉଛନ୍ତି।

’ କର୍ଣ୍ଣାଟକରେ ବିଜେପି ସରକାର ଜାନୁଆରୀ ୨୦୨୧ରେ କର୍ଣ୍ଣାଟକ ହତ୍ୟା ନିବାରଣ ଏବଂ ଗୋ ସୁରକ୍ଷା ଆଇନ-୨୦୨୦ ପ୍ରଣୟନ କରିଥିଲେ। ଏହି ନିୟମ ଅନୁଯାୟୀ ସମସ୍ତ ପ୍ରକାରର ଗୋରୁ କିଣିବା, ବିକ୍ରୟ, ପରିବହନ, ହତ୍ୟା ଏବଂ ବାଣିଜ୍ୟ କରିବା ବେଆଇନ ଅଟେ। ଏହି ଆଇନକୁ ପାଳନ ନ କଲେ ବ୍ୟକ୍ତିଙ୍କୁ ୭ ବର୍ଷ ଯାଏଁ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୫୦,୦୦୦ରୁ ୫ ଲକ୍ଷ ଯାଏଁ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ଆଇନ୍ରେ ସ୍ଥାନିତ ହୋଇଛି । ତେଣୁ ସିଦ୍ଧରମୈୟା୍ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଜଣେ ହିନ୍ଦୁ। କିନ୍ତୁ ମୁଁ ଆଜି ଯାଏ ଗୋ ମାଂସ ଖାଇନି। କିନ୍ତୁ ଚାହିଁଲେ ଖାଇପାରିବି। ମୋ ଉପରକୁ ପ୍ରଶ୍ନ ଉଠାଇବା ପାଇଁ ଆପଣ କିଏ? କ’ଣ ଖାଦ୍ୟ ଖାଇବି ନ ଖାଇବି ତାହା ମୋର ଅଧିକାର। ମୁଁ ଯାହା ଚାହିଁବି ତାହା କରିପାରିବି। କେବଳ ଗୋଟିଏ ସମ୍ପ୍ରଦାୟର ଲୋକେ ଗୋ ମାଂସ ଖାଉନାହାନ୍ତି।’