ମହାରାଷ୍ଟ୍ରରେ ବଢିଲାଣି କରୋନା ସଂକ୍ରମଣ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଫେରିଲାଣି କରୋନା ସଂକ୍ରମଣ । ଦୀର୍ଘ ଦିନର ବ୍ୟବଧାନ ପରେ ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିର ସଙ୍କେତ ଦେଖିବାକୁ ମିଳିଛି। ବ୍ରି‌ଟେନରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌ ଉପପ୍ରଜାତି ‘ଇଜି.୫.୧’ ତଥା ଏରିସ୍‌ ଭାଇରସ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ବିଜେ ମେଡିକାଲ କଲେଜର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଗତ ମେ’ରେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଇଜି.୫.୧ ଚିହ୍ନଟ ହୋଇଥିଲା। କିନ୍ତୁ ୨ ମାସ ବିତିଯାଇଥିଲେ ବି ଜୁନ୍‌ ଏବଂ ଜୁଲାଇରେ ସଂକ୍ରମଣ‌ରେ ସେଭଳି ବୃଦ୍ଧି ହୋଇନାହିଁ। ମହାରାଷ୍ଟ୍ରରେ ଏବେ ଅଧିକାଂଶ ଏକ୍ସବିବି.୧.୧୬ ଏବଂ ଏକ୍ସବିବି.୨.୩ ମାମଲା ଚିହ୍ନଟ ହେଉଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଜୁଲାଇ ଶେଷରେ କରୋନା ସଂକ୍ରମଣ ୭୦ ଥିବାବେଳେ ଅଗଷ୍ଟ ୬ରେ ସଂକ୍ରମଣ ୧୧୫କୁ ବୃଦ୍ଧି ପାଇଛି। ମୁମ୍ବାଇରେ ଏବେ ସକ୍ରିୟ ସଂକ୍ରମଣ ୪୩ ଏବଂ ପୁନେରେ ୩୪। ତେବେ ଜଣେ ବରିଷ୍ଠ ରାଜ୍ୟ ସରକାରୀ ଅଧିକାରୀ କହ‌ିଛନ୍ତି, ବର୍ତ୍ତମାନ ସ୍ଥିତିରେ ସଂକ୍ରମଣ ବୃଦ୍ଧି ହୋଇଛି ବୋଲି ‌କହିହେବନି। ଗୋଟିଏ ସପ୍ତାହ ପାଇଁ ସ୍ଥିତିକୁ ଯାଞ୍ଚ କରାଯିବା ପରେ ଜଣାପଡ଼ିବ।

 

 

 

Leave A Reply

Your email address will not be published.