ଭୁବନେଶ୍ବରର ସମସ୍ୟା ସମାଧାନ ପାଇଁ କର୍ପୋରେଟର ମାନଙ୍କୁ ନେଇ ଏକ ପ୍ରାରମ୍ଭିକ କର୍ମଶାଳା, ମେୟର ଓ କମିଶନରଙ୍କ ଉପସ୍ଥିତିରେ ଦିଆଗଲା ତାଲିମ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ କର୍ପୋରେଟର ମାନଙ୍କୁ ନେଇ ଏକ ପ୍ରାରମ୍ଭିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୂଆ କର୍ପୋରେଟର ମାନେ କିଭଳି ସୂଚାରୁ ରୂପେ ନିଜ ନିଜର କାର୍ଯ୍ୟ ସମ୍ପାଦନ କରିବେ ସେହି ସମ୍ବଦ୍ଧୀୟ ତାଲିମ ଦିଆଯାଇଥିଲା । ୱାର୍ଡ ରେ ଥିବା ସମସ୍ୟାର ଗୁଡିକର କିଭଳି ଭାବରେ ସମାଧାନ କରାଯାଇପାରିବ ଆଉ ଏନେଇ କଣ ସବୁ ବ୍ୟବସ୍ଥା ରହିଛି ତାହା ଉପରେ ଅବଗତ ହୋଇଛନ୍ତି ।

କର୍ମଶାଳା ର ଉଦଘାଟନ କରିଥିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ। ଏହାସହ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ପୌର ପ୍ରସାଶକ ସଂଗ୍ରାମଜିତ ନାୟକ,ଡେପୁଟି ମେୟର ମଂଜୁଲତା କହର, ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କର୍ପୋରେଟରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୬୭ ୱାର୍ଡର ସମସ୍ତ କର୍ପୋରେଟରଙ୍କୁ ଉପସ୍ଥିତ ରହି ବିଏମସିରେ ରାଜଧାନୀ ବାସୀଙ୍କ ସମସ୍ଯା ସମାଧାନ ର ସୁତ୍ର ଶିଖିଥିଲେ।କାରଣ ଏଠାରେ ପୂବର୍ତନ ଓ ଅନୁଭବୀ କର୍ପୋରେଟର ମାନେ ମଧ୍ୟ ରହିଥିଲେ।ତେଣୁ ନୂଆ କର୍ପୋରେଟର ମଧ ଆଲୋଚନା ମାଧ୍ୟମରେ ପୁରୁଣାଙ୍କ ଠୁ ବହୁତ କିଛି କଥା ଶିଖିଥିଲେ।ସେପଟେ ବିଭିନ୍ନ ସମସ୍ୟା ଘେରରେ ରାଜଧାନୀବାସୀ ।

bmc2

କେଉଁଠି ଡ୍ରେନେଜ ସମସ୍ୟା ତ ଆଉ କେଉଁଠି ରାସ୍ତା ସମସ୍ୟା ।ଅସରାଏ ବର୍ଷାରେ ଘରେ ଘରେ ପାଣି ପଶୁଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ । ତେଣୁ ଏହି ସବୁ ସମସ୍ୟା ର ସମାଧାନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ କର୍ପୋରେଟରମାନେ କିପରି ନିଜ କାମ ସୁଚାର ରୂପରେ କରିବେ ସେନେଇ ତାଲିମ ଦିଆଯାଇଛି। ରାଜଧାନୀ ବାସୀଙ୍କ ସମସ୍ତ ସମସ୍ୟାର ସମାଧାନ କେଉଁପରି ଭାବରେ କରାଯାଇପାରିବ ସେ ନେଇ ମେୟର ସବୁ କର୍ପୋରେଟରଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଅନ୍ଯପଟେ ବିଏମସିର ଘନ ଘନ ବୈଠକ ପରେ ଏବେବି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ ।ସେଥିପାଇଁ କର୍ପୋରେଟର ମାନେ ମଧ୍ୟ ଏହି କର୍ମଶାଳାକୁ ଗୁରୁତର ସହିତ ନେଇଛନ୍ତି ।

ମେୟର ଏବଂ ଗୃହ ଓ ଉନ୍ନୟନ ବିଭାଗର ପ୍ରଶାସକ ଙ୍କ କଥାକୁ ଆମେ ମାନି କାର୍ଯ୍ୟ କରିବୁ ବୋଲି କହିଛନ୍ତି ।ଏପରିକି ଲୋକଙ୍କ ସମସ୍ୟା ଦୁର କରିବା କ୍ଷେତ୍ରରେ ଏହି କର୍ମଶାଳା ନିଶ୍ଚିନ୍ତ ଭାବରେ ଆମକୁ ସହଯୋଗ କରିବ । ଆମ ୱାର୍ଡରେ ମଧ୍ୟ ବହୁତ ସମସ୍ୟା ରହିଛି । ଯାହାର ସମାଧାନ ବାଟ ଫିଟି ପାରୁନାହିଁ । ଆଜି ସେହି ସମସ୍ୟା ଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛୁ। ତେଣୁ ଆମେ ଭାବୁଛୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ସବୁର ସମାଧାନ ହୋଇପାରିବ ଆଉ ବିଏମସି ତାର ଲୋକାଭିମୁଖି କାର୍ଯ୍ୟ ତ୍ବରାନ୍ବିତ କରିବ ବୋଲି କହିଛନ୍ତି ୬୭ ନଂ କର୍ପୋରେଟର ମଧୁସ୍ମିତା ନାୟକ।

Leave A Reply

Your email address will not be published.