ଡିସେମ୍ବର ୩ରେ ହେବ ଭୋଟ ଗଣତି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଦେଶର ସବୁଠୁ ବଡ଼ ବୁଥ୍ ବାହୁଡ଼ା ମତ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ରେ ହେବ ଭୋଟ ଗଣତି । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି । ତେଣୁ ଏହି ନିର୍ବାଚନରେ ଫଳାଫଳ କଣ ହେବ, ଏହା ଉପରେ ରହିଛି ସାରା ଦେଶର ନଜର ।

ଭୋଟ୍ ଗଣତି ପୂର୍ବରୁ ଏଗଜିଟ୍ ପୋଲ୍ ଆକଳନ ଆସିଛି । ଘରବାହୁଡା ଭୋଟରଙ୍କ ମତ ଅନୁସାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଛି । ଅଧିକାଂଶ ଏଗଜିଟ୍ ପୋଲ୍ କହୁଛି ଛତିଶଗଡ଼ରେ କଂଗ୍ରେସର ପଲା ଭାରି । ତେଲେଙ୍ଗାନାରେ କଂଗ୍ରେସ ଆଗରେ ଥିବା ଆକଳନ କରାଯାଉଥିବା ବେଳେ ରାଜସ୍ଥାନରେ ଆଗରେ ରହିଛି ବିଜେପି । ଆଉ ମଧ୍ୟପ୍ରଦେଶରେ ଦୁଇ ଦଳ ମଧ୍ୟରେ ହୋଇଛି କଡ଼ା ଟକ୍କର । ବୁଥବାହୁଡା ମତ ଅନୁସାରେ ୫ଟି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ରାଜ୍ୟରେ ସରକାର ଗଢିବେ ବୋଲି କୁହାଯାଉଛି । କିନ୍ତୁ ମିଜୋରାମରେ ଝୁଲା ସରକାର ଦେଖିବାକୁ ମଳିବ ଏଗଜିଟ୍ ପୋଲକୁ ସୂଚନା ମଳିଛି । ସବଠୁ ବଡ଼ କଥା ହେଉଛି ଏଥର ଏକପାଖିଆ ଭାବେ କୌଣସି ଦଳ ବିଜୟୀ ହୋଇନପାରେ ବୋଲି କୁହାଯାଉଛି ।

ଏପରିକି ୫ ଟି ରାଜ୍ୟରେ ମଧ୍ୟ ଝୁଲା ସରକାରର ଆଶଙ୍କା ଦେଖାଦେଇଛି । ଏଗଜିଟ ପୋଲ ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶରେ ୨୩୦ ଆସନରୁ ବିଜେପି ୧୨୪ ଏବଂ କଂଗ୍ରେସ ୧୦୨ ପାଇବ । ରାଜସ୍ଥାନରେ ୧୯୯ ଆସନରୁ ବିଜେପି ୧୦୪ କଂଗ୍ରେସ ୮୬ ଆସନ ପାଇବ । ତେଲେଙ୍ଗାନାରେ ୧୧୯ ଆସନରୁ କଂଗ୍ରେସ ୬୨ ବିଆରଏସ ୪୪ ଆସନ ପାଇବ ବୋଲି ସୂଚନା ମଳିଛି । ସେହିପରି ଛତିଶଗଡ଼ରେ ୯୦ ଆସନରୁ କଂଗ୍ରେସ ୪୯, ବିଜେପି ୩୮ ଆସନ ପାଇବ ବୋଲି ସି-ଭୋଟର ସର୍ଭେରୁ ଜଣାପଡିଛି ।

Leave A Reply

Your email address will not be published.