ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଶୁକ୍ରବାର ଖେଳାଯିବ। ଦୁଇ ଦିନ ତଳେ ଭାରତର ବିଜୟ ଧାରାକୁ ଅଷ୍ଟ୍ରେଲିଆ ଭାଙ୍ଗି ଦେଇଥିଲା। ଫଳରେ ୫ ମ୍ୟାଚ୍ ଶୃଙ୍ଖଳାରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଏବେ ୨-୧ରେ ଆଗୁଆ ରହିଛି। ଶୁକ୍ରବାର ଭାରତ ଜିତିଲେ ନିଶ୍ଚିତ ଶୃଙ୍ଖଳାରେ ସଫଳତା ଅର୍ଜନ କରିବ।
ଭାରତ ନିକଟରେ ଶୃଙ୍ଖଳା ବିଜୟ ନେଇ ସୁଯୋଗ ରହିଥିବାବେଳେ ଅଷ୍ଟ୍ରେଲିଆ ବରାବର ସ୍ଥିିତିକୁ ଆଣିବା ନେଇ ପ୍ରୟାସ କରିବ। ଶେଷ ୩ଟି ଯାକ ମ୍ୟାଚରୁ ୫ଟି ଇନିଂସରେ ୨୦୦ରୁୁ ଅଧିକ ରନ ସ୍କୋର ହୋଇଛି। ୪ର୍ଥ ମ୍ୟାଚରେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ରାଜୁତି ଦେଖିବା ନେଇ ଆଶା କରାଯାଉଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପ୍ରଥମ ଦୁଇ ମ୍ୟାଚକୁ ଦୁଇ ୱିକେଟ ଓ ୪୪ରନରେ ବିଜୟ ହାସଲ କରିଥିବାବେଳେ ୩ୟ ମ୍ୟାଚରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଦଳ ୩ୟ ମ୍ୟାଚରେ ଭାରତକୁ ୫ୱିକେଟରେ ପରାସ୍ତ କରି ଶୃଙ୍ଖଳାକୁ ଫେରିଛି। ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଚମତ୍କାର ଫର୍ମରେ ଥିବାବେଳେ ବୋଲିଂକୁ ନେଇ ଚିନ୍ତା ଘାରିିଛି।
ବ୍ୟାଟିଂରେ ଋତୁରାଜ ଗାଏକ୍ବାର୍ଡ େଶଷ ମ୍ୟାଚରେ ଚମତ୍କାର ୧୨୨ରନର ଇନିଂସ ଖେଳିଥିଲେ। ଏହାବାଦ୍ ଯଶସ୍ବୀ ଜୟସୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଈଶାନ କିଷନ ଓ ରିଙ୍କୁ ସିଂହ ମଧ୍ୟ ଫର୍ମେର ରହିଛନ୍ତି। ବୋଲିଂକୁ ନେଇ ଭାରତ ଚିନ୍ତାରେ ପଡ଼ିଛି।ଶେଷ ମ୍ୟାଚରେ ଭାରତ ୨୨୨ରନ କରିଥିବାବେଳେ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ସଂଗ୍ରହ କରିନେଇଥିଲା। ଅର୍ଶଦୀପ୍ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ,ଆଭେଶ ଖାନ ଓ ଅକ୍ଷର ପଟେଲ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। କେବଳ ରବି ବିଷ୍ଣୋୟି ବିପକ୍ଷ ଦଳ ଉପରେ ଚାପ ପକାଇବାରେ ସଫଳ ହେଉଛନ୍ତି। ଶୃଙ୍ଖଳା ମଝିରୁ ବିବାହ ପାଇଁ ଘରକୁ ଫେରି ଯାଇଥିବା ମୁକେଶ କୁମାରଙ୍କ ସ୍ଥାନରେ ଶେଷ ଦୁଇ ମ୍ୟାଚ ଲାଗି ଦୀପକ ଚହରଙ୍କୁ ସାମିଲ କରାଯାଇଛି।
ଚହର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଖେଳିବା ନେଇ ଆଶା କରାଯାଉଛି। ସେହିପରି ଶ୍ରେୟାସ ଆୟର ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଆୟର ତିଲକ ବର୍ମାଙ୍କ ସ୍ଥାନରେ ଖେଳିବାର ଆଶା କରାଯାଉଛି। ଅନ୍ୟପକ୍ଷରେ ମାଥ୍ୟୁ ୱେଡଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ଅପେକ୍ଷା ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରୁଛି। ବ୍ୟାଟିଂରେ ଟ୍ରେଭିସ ହେଡ୍, ଆରୋନ ହାର୍ଡି, ଟିମ୍ ଡେଭିଡ୍, କ୍ରିସ ଗ୍ରୀନ ଓ ମାଥ୍ୟୁ ୱେଡ୍ ରହିଛନ୍ତି।