ମେହୁଲ ଚୋକସୀଙ୍କ ସପକ୍ଷରେ ଏଣ୍ଟିଗୁଆ ଓ ବାରବୁଡା କୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଳାତକ ବ୍ୟବସାୟୀ ମେହୁଲ ଚୋକସୀ ଏବେ ଆଇନଗତ ଲଢେଇରେ ବିଜୟୀ ହୋଇଛି । ୧୩ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ବ୍ୟବସାୟୀ ମେହୁଲ ଚୋକସୀ ସପକ୍ଷରେ ଏଣ୍ଟିଗୁଆ ଓ ବାରବୁଡା କୋର୍ଟ ଶୁକ୍ରବାର ଦିନ  ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ମେହୁଲ ଚୁକସୀଙ୍କୁ ଏବେ କେହି ବି ଏଣ୍ଟିଗୁଆ ଓ ବାରବୁଡା ବାହାରକୁ ନେଇ ପାରିବେ ନାହିଁ । ଏହି କାରଣରୁ ଏବେ ମେହୁଲ ଚୁକସୀଙ୍କୁ ଭାରତ ଆଣିବା କଷ୍ଟକର ହୋଇପଡିବ । କୋର୍ଟରେ ଚୁକସୀଙ୍କ ଓକିଲ ଦାବି କରିଥିଲେ କି, ଏବେ ଏଣ୍ଟିଗୁଆର ଆର୍ଟନୀ ଜେନରଲ ଓ ପୋଲିସ ପ୍ରମୁଖ ଚୁକସୀଙ୍କ ବିରୋଧରେ ଥିବା ମାମଲାର ଯାଂଚ ଦାୟୀତ୍ୱ ନେଇଥିବାରୁ ତାଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇ ପାରିବ ନାହିଁ । ସେପଟେ କୋର୍ଟଙ୍କ ନିକଟରେ ଦାବି କରିଥିଲେ କି ୨୦୨୧ ମେ’୨୩ ତାରିଖରେ ତାଙ୍କୁ ଏଣ୍ଟିଗୁଆ ଓ ବାରବୁଡାରୁ ଜବରଦସ୍ତ ଅପହରଣ କରାଯିବାକୁ ଚେଷ୍ଟା କରାଯାଇଥିଲା । ଏହି ମାମଲାର ଯାଂଚ କୋର୍ଟ କରନ୍ତୁ ବୋଲି ସେ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଏହି ମାମଲାକୁ ଗମ୍ଭୀରତାର ସହ ନେଇ କୋର୍ଟ କହିଥିଲେ କି କୋର୍ଟଙ୍କ ବିନା ଆଦେଶରେ କେହି ମେହୁଲ ଚୁକସୀଙ୍କୁ ଏଣ୍ଟିଗୁଆ ଓ ବାରବୁଡା ସୀମା ବାହାରକୁ ନେଇ ପାରିବେ ନାହିଁ । ଏହାସହ କୋର୍ଟ ଚୁକସୀଙ୍କ ଅପହରଣ ମାମଲାର ଯାଂଚ ଦାୟୀତ୍ୱ ଡୋମିନିକା ପୋଲିସକୁ ଦେଇଛନ୍ତି ।

ଅନ୍ୟପଟେ ଜାତୀୟ ଯାଂଚ ଏଜେନ୍ସି ସିବିଆଇ କହିଛି କି ଅପରାଧୀକ ନ୍ୟାୟ ପ୍ରକ୍ରିୟା ସାମ୍ନା କରିବାକୁ ପଳାତକ ଓ ଅପରାଧୀଙ୍କୁ ଭାରତ ଫେରାଇ ଆଣିବାକୁ ଯାଂଚ ଏଜେନ୍ସି ଯଥା ସମ୍ଭବ ଚେଷ୍ଟା କରୁଛି । କହିରଖୁ କି ଗତ ୧୫ମାସ ମଧ୍ୟରେ ୩୦ରୁ ଅଧିକ ଅପରାଧୀଙ୍କୁ ବିଦେଶରୁ ଫେରାଇଆଣିବାରେ ସଫଳ ହୋଇଛି ଯାଂଚ ଏଜେନ୍ସି । ମେହୁଲ ଚୁକସୀଙ୍କ ବିରୋଧରେ ୨୦୧୮ ମସିହା ଫେବୃଆରୀ ୧୫ ତାରିଖରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଠକିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଭାରତରୁ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀ ଆମେରିକା ବାଟ ଦେଇ କାରିବିୟ ଦେଶ ଆଣ୍ଟିଗୁଆକୁ ପଳାଇଯାଇଥିବା ସରକାରୀ ସୁତ୍ରରୁ ସୂଚନା ମିଳିଛି । ତା’ ବିରୋଧରେ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ ଜାରି କରାଯାଇଥିବାବେଳେ ଆଣ୍ଟିଗୁଆ ସରକାର ଇଣ୍ଟରପୋଲକୁ ସୂଚନା ଦେଇଛନ୍ତି ଯେ ସେ ଚଳିତ ମାସରେ ସେଠାରେ ପହଞ୍ଚିଛି  ଓ ତା’ ପାଖରେ ଆଣ୍ଟିଗୁଆର ପାସପୋର୍ଟ ଅଛି । ଗତ ଜାନୁଆରୀ ମାସରୁ ହିଁ ଚୋକସୀ ଭାରତକୁ ପଳାଇଯାଇଥିବା ଅନୁମାନ କରାଯାଉଛି । ତାଙ୍କୁ ଏବେ ଉଭୟ ସିବିଆଇ ଓ ଇଡି ଖୋଜୁଛି ।  ଗତ ଜୁଲାଇ ୨ ତାରିଖରେ ନିରବ ମୋଦିଙ୍କୁ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା । ଅନ୍ୟପକ୍ଷରେ  ୧୩,୫୦୦ ପଂଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ସହ ଅଭିଯୁକ୍ତ ମେହୁଲ ଚୋକସୀ ଆମେରିକାରେ ନାହିଁ ବୋଲି ଇଣ୍ଟରପୋଲ ପୂର୍ବରୁ କହିଥିଲା । ତେବେ ଚୋକସୀର ଅବସ୍ଥିତି ଠାବ କରିବାକୁ ସିବିଆଇ ପକ୍ଷରୁ ଇଣ୍ଟରପୋଲକୁ ଅନୁରୋଧ କରାଯାଇଥିଲା । ଏହାର ଜବାବରେ ଇଣ୍ଟରପୋଲ ଉପରୋକ୍ତ ସୂଚନା ଦେଇଛି । ଇଡି ପକ୍ଷରୁ କିଛି ମାସ ତଳେ ନିରବ ଓ ମେହୁଲଙ୍କ ବିରୋଧରେ ଫ୍ୟୁଜିଟିଭ ଇକନମିକ ଅଫେଣ୍ଡର୍ସ ଅର୍ଡିନାନ୍ସ ଅଧିନରେ ଅଭିଯୁକ୍ତ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.